୧୧ ବର୍ଷ ପରେ ପୁଣି ସାମ୍ନାସାମ୍ନି କୋହଲି ଓ ୱିଲିୟମସନ୍

ଲଣ୍ଡନ: ଭାରତୀୟ କ୍ରିକେଟ୍ ଟିମ୍ ମଙ୍ଗଳବାର ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଭାରତୀୟ ଟିମର ନେତୃତ୍ୱ ବିରାଟ୍ କୋହଲିଙ୍କ ହାତରେ ଏବଂ କେନ୍ ୱିଲିୟମସନ୍ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟଥର ଫାଇନାଲରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଏହି ବିଶ୍ୱକପରେ ପ୍ରଥମଥର ପାଇଁ ଦୁଇ ଟିମ୍ ସାମ୍ନାସାମ୍ନି ହେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ରାଉଣ୍ଡ୍ ରବିନରେ ହେବାକୁଥିବା ମୁକାବିଲା ବର୍ଷା ଯୋଗୁ ବାତିଲ୍ ହୋଇଥିଲା। ଭାରତୀୟ ଟିମ୍ ଲିଗ୍ ଷ୍ଟେଜନରେ ଜବରଦସ୍ତ ପ୍ରଦର୍ଶନ କରିଛି । […]

kohli vs kane

Hemant Lenka
  • Published: Sunday, 07 July 2019
  • , Updated: 07 July 2019, 07:13 PM IST

ଲଣ୍ଡନ: ଭାରତୀୟ କ୍ରିକେଟ୍ ଟିମ୍ ମଙ୍ଗଳବାର ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଭାରତୀୟ ଟିମର ନେତୃତ୍ୱ ବିରାଟ୍ କୋହଲିଙ୍କ ହାତରେ ଏବଂ କେନ୍ ୱିଲିୟମସନ୍ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟଥର ଫାଇନାଲରେ ପହଞ୍ଚାଇବାକୁ ପ୍ରୟାସ କରିବେ।

ଏହି ବିଶ୍ୱକପରେ ପ୍ରଥମଥର ପାଇଁ ଦୁଇ ଟିମ୍ ସାମ୍ନାସାମ୍ନି ହେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ରାଉଣ୍ଡ୍ ରବିନରେ ହେବାକୁଥିବା ମୁକାବିଲା ବର୍ଷା ଯୋଗୁ ବାତିଲ୍ ହୋଇଥିଲା। ଭାରତୀୟ ଟିମ୍ ଲିଗ୍ ଷ୍ଟେଜନରେ ଜବରଦସ୍ତ ପ୍ରଦର୍ଶନ କରିଛି । ଟିମ୍ ୮ଟିରୁ ୭ ବିଜୟ ହାସଲ କରିଛି। ଭାରତ କେବଳ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ୮ ମ୍ୟାଚରୁ ୫ଟି ବିଜୟ ଏବଂ ତିନୋଟି ପରାଜୟବରଣ କରିଛି।

ବିରାଟ୍ କୋହଲି ଓ କେନ୍ ୱିଲିୟମସନ୍ ନିଜ ନିଜର କ୍ୟାରିୟରରେ ଦ୍ୱିତୀୟଥର କୌଣସି ବିଶ୍ୱକପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହା ଶୁଣିବାକୁ ସାମାନ୍ୟ ଅଜବ ଲାଗୁଥିଲେ ହେଁ, ଏହା ସତ। ୨୦୦୮ରେ ମ୍ୟାଲେସିୟାର ରାଜଧାନୀ କୁଆଲାଲୁମ୍ପୁରରେ ଅଣ୍ଡର୍-୧୯ କ୍ରିକେଟ୍ ବିଶ୍ୱକପ୍ ଖେଳାଯାଉଥିଲା। ସେମିଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପରସ୍ପରକୁ ଭେଟିଥିଲେ। ଏହି ମୁକାବିଲାରେ ଭାରତର ନେତୃତ୍ୱ ନେଇଥିଲେ ବିରାଟ୍ କୋହଲି ଏବଂ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଭାର ୱିଲିୟମସନ୍ ସମ୍ଭାଳିଥିଲେ।

ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ୫୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ତେବେ ବର୍ଷା ଯୋଗୁ ଭାରତ ଆଗରେ ୪୩ ଓଭରରେ ୧୯୧ ରନର ଲକ୍ଷ୍ୟ ରଖାଯାଇଥିଲା। ଭାରତ ୪୧.୩ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରବତ୍ସ ଗୋସ୍ୱାମୀ ୫୧ ଓ ବିରାଟ୍ ୪୩ ରନ୍ କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ବିରାଟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ୍ ହୋଇଥିଲା।

ଭାରତର ସେହି ସ୍କ୍ୱାଡରେ ରବୀନ୍ଦ୍ର ଜାଡେଜା ମଧ୍ୟ ଥିଲେ। ସେହିପରି କିୱି ଟିମରେ ଟ୍ରେଣ୍ଟ ବୋଲ୍ଡ ଓ ଟିମ୍ ସାଉଦି ଥିଲେ, ଯେଉଁମାନେ ବର୍ତ୍ତମାନ ବିଶ୍ୱକପ୍ ସ୍କ୍ୱାଡରେ ଅଛନ୍ତି। ଚଳିତ ବିଶ୍ୱକପରେ ଠିକ୍ ସେହି ସ୍ଥିତିର ପୁନରାବୃତ୍ତି ହୋଇଛି। ସେତେବେଳେ ତ ବିରାଟ୍ ବାଜି ମାରି ନେଇଥିଲେ। ଏଥର ବିରାଟ୍ ସେହି ସଫଳତାକୁ ଦୋହରାଉଛନ୍ତି, କିନ୍ତୁ ନାହିଁ, ତାହା ମଙ୍ଗଳବାର ଜଣାପଡ଼ିବ।

Related story