ଆଇସିସି ଦିନିକିଆ ରାଙ୍କିଙ୍ଗ୍‌: ବ୍ୟାଟିଂ ଶୀର୍ଷରେ ବିରାଟ୍ ଓ ରୋହିତ୍‌

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ଡେପୁଟି ରୋହିତ୍ ଶର୍ମା ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ତାଲିକାରେ ଶୀର୍ଷ ଦୁଇଟି ସ୍ଥାନ ଦଖଲ କରିଛନ୍ତି। ସେହିପରି ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ମଧ୍ୟ ବୋଲରଙ୍କ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ କାଏମ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆକୁ ୭ ୱିକେଟରେ ଜିତି ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇଛି । ଏହି ବିଜୟରେ ଉଭୟ ବିରାଟ୍ ଓ ରୋହିତ୍ ନିର୍ଣ୍ଣାୟକ ଭୂମିକା […]

virat-rohit

virat-rohit

Ranjit Kumar Jena
  • Published: Monday, 20 January 2020
  • Updated: 20 January 2020, 04:17 PM IST

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ଡେପୁଟି ରୋହିତ୍ ଶର୍ମା ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ତାଲିକାରେ ଶୀର୍ଷ ଦୁଇଟି ସ୍ଥାନ ଦଖଲ କରିଛନ୍ତି। ସେହିପରି ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ମଧ୍ୟ ବୋଲରଙ୍କ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ କାଏମ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆକୁ ୭ ୱିକେଟରେ ଜିତି ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇଛି । ଏହି ବିଜୟରେ ଉଭୟ ବିରାଟ୍ ଓ ରୋହିତ୍ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ଏହି କାରଣରୁ କୋହଲି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ଏବଂ ରୋହିତ୍ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମୋଟ ୧୮୩ ରନ୍ କରିଥିବା ବିରାଟ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ସେହିପରି ରୋହିତ୍ ସିରିଜରେ ୧୭୧ ରନ୍ କରିଛନ୍ତି, ଯେଉଁଥିରେ ସିରିଜ୍ ଡିସାଇଡର୍ ଅର୍ଥାତ୍ ତୃତୀୟ ଦିନିକିଆରେ ତାଙ୍କର ୧୧୯ ରନର ମାରାଥନ୍ ଇନିଂସ୍ ସାମିଲ୍ ଅଛି। ଆଇସିସି ଦିନିକିଆ ରାଙ୍କିଙ୍ଗରେ କୋହଲି (୮୮୬ ପଏଣ୍ଟ) ଓ ରୋହିତ୍ (୮୬୮ ପଏଣ୍ଟ) ଯଥାକ୍ରମେ ଦୁଇ ଏବଂ ତିନି ରେଟିଂ ପଏଣ୍ଟ ଲାଭ କରିଛନ୍ତି।

ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ବାମହାତୀ ଓପ୍ନର ଶିଖର ଧୱନଙ୍କୁ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଇନିଂସରେ ୧୭୦ ରନ୍ କରିଥିବା ଧୱନ୍ ୭ଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ଲୋକେଶ ରାହୁଲଙ୍କୁ ୨୧ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ରାହୁଲ୍ ସିରିଜରେ ୧୪୬ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଖେଳି ଦିନିକିଆକୁ କମବ୍ୟାକ୍ କରିଥିବା ବୁମ୍ରା ୭୬୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରକୁ ନ୍ୟୁଜିଲ୍ୟାଣ୍ଡର୍ ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟ (ଦ୍ୱିତୀୟ), ଆଫଗାନିସ୍ତାନର ମୁଜୀବ-ଉର୍ ରେହମାନ୍ (ତୃତୀୟ), ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା (ଚତୁର୍ଥ) ଏବଂ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ (ପଞ୍ଚମ) ଟପ୍‌-୫ରେ ରହିଛନ୍ତି। ଭାରତର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ଉପରକୁ ଉଠି ବୋଲରଙ୍କ ରାଙ୍କିଙ୍ଗରେ ୨୭ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୪ଟି ୱିକେଟ୍ ହାସଲ କରିଥିଲେ। ଏହାଛଡ଼ା ଜାଡେଜା ବ୍ୟାଟରେ ୪୫ ରନର ଯୋଗଦାନ ମଧ୍ୟ କରିଥିଲେ। ଏହି କାରଣରୁ ସେ ଅଲରାଉଣ୍ଡର ରାଙ୍କିଙ୍ଗରେ ଦଶମ ସ୍ଥାନକୁ ଉଠିଛନ୍ତି।

ସିରିଜରେ ସର୍ବାଧିକ ୨୨୯ ରନ୍ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୪ଟି ସ୍ଥାନ ଉଠି ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଗୋଟିଏ ସ୍ଥାନ ଉଠି ଷଷ୍ଠ ଏବଂ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ୧୦ମ ସ୍ଥାନକୁ ଉଠିଛନ୍ତି। ୱିକେଟକିପର ଆଲେକ୍ସ କ୍ୟାରୀ ୩୧ତମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ସିରିଜରେ ୫ ୱିକେଟ୍ ଅକ୍ତିଅରେ କରିଥିବା ଲେଗ୍ ସ୍ପିନର୍ ଆଡାମ ଜାମ୍ପା ୨୦ଟି ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଥିବା ବେଳେ କେନ୍ ରିଚାର୍ଡସନ୍ ୬୫ତମ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story