ପୁଲୱାମା ଆକ୍ରମଣ: 'ଭାରତୀୟ ଖେଳ ସମ୍ମାନ' କାର୍ଯ୍ୟକ୍ରମ ସ୍ଥଗିତ ରଖିଲେ ବିରାଟ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ସ୍ଥିତ ଆତ୍ମଘାତୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ସବୁ କ୍ଷେତ୍ର ଓ ସବୁ ବର୍ଗର ଲୋକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଏହି କ୍ରମରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଟ୍ୱିଟରରେ ପୁଲୱାମା ଆକ୍ରମଣ ଘଟଣାକୁ ନିନ୍ଦା […]

v

Hemant Lenka
  • Published: Saturday, 16 February 2019
  • , Updated: 16 February 2019, 05:05 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ସ୍ଥିତ ଆତ୍ମଘାତୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ସବୁ କ୍ଷେତ୍ର ଓ ସବୁ ବର୍ଗର ଲୋକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଏହି କ୍ରମରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ପୂର୍ବରୁ ଟ୍ୱିଟରରେ ପୁଲୱାମା ଆକ୍ରମଣ ଘଟଣାକୁ ନିନ୍ଦା କରିଥିବା ବିରାଟ୍‌ ଏବେ ଆରପି-ଏସ୍‌ଜି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ସେ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେବା ସହ ବିରାଟ୍‌ କହିଛନ୍ତି, “ଆରପି-ଏସ୍‌ଜି ଇଣ୍ଡିଆନ୍‌ ସ୍ପୋର୍ଟ ହନରସ ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା। ଏଭଳି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ଆମେ ଏକାଠି ରହିଛୁ। ତେଣୁ ଆଜି ହେବାକୁ ଥିବା କ୍ରୀଡ଼ା ସମ୍ମାନ ସ୍ଥଗିତ ରଖାଯାଉଛି।”

ଗୁରୁବାର ପୁଲୱାମାରେ ପାକିସ୍ତାନରେ ସକ୍ରିୟ ଜୈଶ ଆତଙ୍କୀ ସଂଗଠନର ସଦସ୍ୟମାନେ ସିରିଆରପିଏଫ୍‌ କନଭୟ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ସାରା ଦେଶରେ ଏହାର ପ୍ରତିଶୋଧ ନେବାକୁ ଦାବି ଉଠିବା ଆରମ୍ଭ ହୋଇଛି।

Related story