ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆ ବିରାଟ୍ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ବଡ଼ ରେକର୍ଡ କରିଛନ୍ତି। କୋହଲି କ୍ୟାପଟେନ୍ ଭାବେ ଦିନିକିଆରେ ଦ୍ରୁତ ୫ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି।
କୋହଲି ମାତ୍ର ୮୨ ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି। ତେବେ ଧୋନି ୫ହଜାର ରନ୍ ପୂରଣ କରିବା ପାଇଁ ୧୨୭ ଇନିଂସର ସହାୟତା ନେଇଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୧୩୧ ଇନିଂସ, ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ୧୩୫ ଇନିଂସ୍ ଏବଂ ସୌରଭ ଗାଙ୍ଗୁଲି ୧୩୬ ଇନିଂସରେ ୫ହଜାର ରନ୍ କରିଥିଲେ।
ଚଳିତମାସରେ କୋହଲି କ୍ୟାପଟେନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ଦ୍ରୁତ ୧୧ହଜାର ରନ୍ ପୂରଣ କରିଥିଲେ। କୋହଲି ମାତ୍ର ୧୬୯ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।
National
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍ପି। ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ମସଜିଦ ସର୍ଭେକୁ ବିରୋଧ କରି ବ୍ୟାପକ ପୋଡ଼ାଜଳା ମଧ୍ୟ ହୋଇଛି। ଏଥିରେ ଜଣେ ଏସ୍ପି, ଇନ୍ସ୍ପେକ୍ଟର ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।