ଇନ୍ଦୋର ଲାଇଟ୍‌ରେ ଇଡେନ ପାଇଁ ଟିମ୍‌ ଇଣ୍ଡିଆର ଅଭ୍ୟାସ

ଇନ୍ଦୋର: ଆସନ୍ତା ୧୪ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଏହାର ପରବର୍ତ୍ତୀ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ ହେବ। କାରଣ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମକୁ ଓହ୍ଲାଇବ। ଏହି ଐତିହାସିକ ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ବିରାଟ ଆଣ୍ଡ କୋ ଏବେଠାରୁ ଅଭ୍ୟାସ କରିବା […]

sv

Hemant Lenka
  • Published: Tuesday, 12 November 2019
  • , Updated: 12 November 2019, 04:13 PM IST

ଇନ୍ଦୋର: ଆସନ୍ତା ୧୪ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଏହାର ପରବର୍ତ୍ତୀ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ ହେବ। କାରଣ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମକୁ ଓହ୍ଲାଇବ।

ଏହି ଐତିହାସିକ ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ବିରାଟ ଆଣ୍ଡ କୋ ଏବେଠାରୁ ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି। ଇନ୍ଦୋର ଟେଷ୍ଟ ପାଇଁ ଅଭ୍ୟାସ କରୁଥିବା ଟିମ୍‌ ଇଣ୍ଡିଆ ମୁଣ୍ଡରେ ଏବେ ଇଡେନ ମ୍ୟାଚ୍‌ କଥା ଚାଲିଛି। ଏଥିପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଅଧୀନରେ ଦଳର ସଦସ୍ୟମାନେ ଇନ୍ଦୋର ଷ୍ଟାଡିୟମରେ ଲାଗିଥିବା ଲାଇଟ୍‌ରେ ରାତି ବେଳା ଅଭ୍ୟାସ କରିବା ଆରମ୍ଭ କରିଛନ୍ତି। ଏପରି କି ନେଟ୍ସରେ ପିଙ୍କ ବଲରେ ଅଭ୍ୟାସ କରାଯାଉଛି। କାରଣ ଦିବାରାତ୍ର ଟେଷ୍ଟ ପିଙ୍କ ବଲରେ ହିଁ ଖେଳାଯିବ।

ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ମିଲଣ୍ଡ କାନମଦିକର ମଧ୍ୟ ଟିମ୍‌ ଇଣ୍ଡିଆ ରାତି ବେଳା ଲାଇଟ୍‌ରେ ଅଭ୍ୟାସ କରୁଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବିରାଟ କୋହଲି ଆଣ୍ଡ ବୟସ୍‌ ଇନ୍ଦୋରେ ପିଙ୍କ ବଲ ଦ୍ୱାରା ଅଭ୍ୟାସ କରୁଛନ୍ତି। ଏହା ଆମ ପାଇଁ ଖୁସିର କଥା। କାରଣ ଏବେଠାରୁ ହିଁ ଦଳ ଇଡେନରେ ହେବାକୁ ଥିବା ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ଟିମ୍‌ ରାତି ବେଳା ଲାଇଟ୍‌ରେ ଅଭ୍ୟାସ କରିବାକୁ ଚାହୁଁଥିବା ଏକ ଅନୁରୋଧ ଆମ ପାଖକୁ ଆସିଥିଲା। ଏହି ଅନୁରୋଧକୁ ରକ୍ଷା କରି ଆମେ ଅଭ୍ୟାସ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛୁ।”

ବିସିସିଆଇ ଟିଭିକୁ ସୂଚନା ଦେଇ ଟେଷ୍ଟ ଟିମ୍‌ର ଉପଅଧିନାୟକ ଅଜିଙ୍କ୍ୟ ରାହଣେ କହିଛନ୍ତି, “ପିଙ୍କ ବଲରେ ଖେଳିବାକୁ ମୁଁ ବ୍ୟକ୍ତିଗତ ଭାବେ ଭାରି ଉତ୍ସାହିତ ଅଛି। ଏହା ଆମ ପାଇଁ ଏକ ନୂଆ ଚ୍ୟାଲେଞ୍ଜ। ମୁଁ ଜାଣିନି ଆଗକୁ କ’ଣ ହେବ। କିନ୍ତୁ କିଛି ଅଭ୍ୟାସ ସେସନ୍ସ ଆମେ ପିଙ୍କ ବଲରେ କରିଛୁ। ପିଙ୍କ ବଲ କେମିତି ସୁଇଂ କରୁଛି ଏବଂ ବିଳମ୍ବିତ ରାତିରେ ଏହା କିଭଳି ବ୍ୟାଟସମ୍ୟାନ କିମ୍ବା ବୋଲରଙ୍କୁ ସୁହାଉଛି, ସେକଥା ଜାଣିବା ପାଇଁ ଆମେ ଅଭ୍ୟାସ କରୁଛୁ।”

ଅନ୍ୟପକ୍ଷରେ ଇନ୍ଦୋର ଟେଷ୍ଟରେ ବିରାଟ୍‌ କୋହଲି ଦଳକୁ କମବ୍ୟାକ କରିବେ। କାରଣ ସେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ବିଶ୍ରାମ ନେଇଥିଲେ। ସେହିପରି ଇନ୍ଦୋର ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ। ତେଣୁ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଏବେ ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ଶାମିଙ୍କ ଉପରେ ଦଳର ବୋଲିଂ ଭାର ରହିବ।

ସ୍ପିନ ବାହିନୀରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ରହିବେ। ୨୦୧୯ ବିଶ୍ୱକପ ପରେ ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଭାରତ ଏଯାଏ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ସବୁଥିରେ ବିଜୟୀ ହୋଇଛି। ତେଣୁ ଏଥର ମଧ୍ୟ ଦଳ ନିଜର ବିଜୟ ଧାରା ଅବ୍ୟାହତ ରଖିବ ବୋଲି ସମସ୍ତେ ଆଶା କରିଛନ୍ତି।

Related story