ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚିରେ ଖେଳାଯାଉଥିବା ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ନିକଟତର ପହଞ୍ଚିଛି। ଭାରତର ୪୯୭/୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତୀୟ ଟିମକୁ ପ୍ରଥମ ଇନିଂସରେ ୩୩୫ ରନର ବଡ଼ ଅଗ୍ରଣୀ ମିଳିଛି।
ଏହା ପରେ କ୍ୟାପଟେନ୍ କୋହଲି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଷ୍ଟମଥର ପାଇଁ କୋହଲି ପ୍ରତିପକ୍ଷ ଦଳକୁ ଫଲୋଅନ୍ ଦେଇଛନ୍ତି। ଏଥିସହ କୋହଲି ବିପକ୍ଷ ଦଳକୁ ସବୁଠାରୁ ଅଧିକଥର ଫଲୋଅନ୍ ଦେବାରେ ଭାରତୀୟ କ୍ୟାପଟେନ୍ ହୋଇଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇଛନ୍ତି, ଯିଏ ବିପକ୍ଷ ଦଳକୁ ୭ଥର ଫଲୋଅନ୍ ଦେଇଥିଲେ।
କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୫୧ତମ ଟେଷ୍ଟ ମ୍ୟାଚ୍। ଆଝାର ୪୭ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନି ୬୦ ଟେଷ୍ଟରେ ପାଞ୍ଚଥର ଓ ସୌରଭ ଗାଙ୍ଗୁଲି ୪୯ ମ୍ୟାଚରେ ୪ଥର ପ୍ରତିପକ୍ଷ ଦଳକୁ ଫଲୋଅନ୍ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।