କ୍ୟାପଟେନ୍ ଭାବେ ନୂଆ କୀର୍ତ୍ତିମାନ କରିବେ କୋହଲି!

କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଖରେ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। କ୍ୟାପଟେନ୍ ଭାବେ ୫୦୦୦ ରନ୍ କରିବାରୁ କୋହଲି ଆଉ ମାତ୍ର ୩୨ ରନ୍ ଦୂରରେ ଅଛନ୍ତି। କୋହଲି ଏହା କରିବାରେ ଏସିଆର ପ୍ରଥମ କ୍ୟାପଟେନ୍ ହେବେ। ଅଧିନାୟକ ଭାବେ କୋହଲି ୫୨ ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ୮୫ ଇନିଂସରେ ୧୯ ଶତକ ଓ ୧୨ ଅର୍ଦ୍ଧଶତକ ସହ ୪୯୬୮ ରନ୍ କରିଛନ୍ତି। ତେବେ ଅଧିନାୟକ ଭାବେ ସର୍ବାଧିକ ରନର […]

kohli

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 08:17 PM IST

କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଖରେ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। କ୍ୟାପଟେନ୍ ଭାବେ ୫୦୦୦ ରନ୍ କରିବାରୁ କୋହଲି ଆଉ ମାତ୍ର ୩୨ ରନ୍ ଦୂରରେ ଅଛନ୍ତି। କୋହଲି ଏହା କରିବାରେ ଏସିଆର ପ୍ରଥମ କ୍ୟାପଟେନ୍ ହେବେ।

ଅଧିନାୟକ ଭାବେ କୋହଲି ୫୨ ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ୮୫ ଇନିଂସରେ ୧୯ ଶତକ ଓ ୧୨ ଅର୍ଦ୍ଧଶତକ ସହ ୪୯୬୮ ରନ୍ କରିଛନ୍ତି। ତେବେ ଅଧିନାୟକ ଭାବେ ସର୍ବାଧିକ ରନର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥଙ୍କ ନାମରେ ରହିଛି।

ସ୍ମିଥ୍ ୧୦୯ ମ୍ୟାଚରେ ୧୯୩ ଇନିଂସରେ ୮୬୫୯ ରନ୍ କରିଛନ୍ତି, ଯେଉଁଥିରେ ୨୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ୍ ଅଛି। ଆଲାନ୍ ବର୍ଡରଙ୍କ ନାଁରେ ୯୩ ମ୍ୟାଚରେ ୬୬୨୩ ରନ୍ ରହିଛି, ଯେଉଁଥିରେ ୧୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ୍ ଅଛି। ରିକି ପଣ୍ଟିଂ ୭୭ ମ୍ୟାଚରେ ୬୫୪୨ ରନ୍‌, ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ ୫୨୩୩ ରନ୍ ଏବଂ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ ୫୧୫୬ ରନ୍ କରିଛନ୍ତି।

Related story