କୋହଲି ଆଇସିସି ଟେଷ୍ଟ ଓ ଦିନିକିଆ କ୍ୟାପଟେନ୍‌

ଦୁବାଇ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବର୍ଷର ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ଭାବେ ଚୟନ କରିଛି। କୋହଲିଙ୍କ ବ୍ୟତୀତ ଆଉ ଚାରି ଭାରତୀୟଙ୍କୁ ଆଇସିସି ଟେଷ୍ଟ ଓ ଦିନିକିଆ ଟିମରେ ସ୍ଥାନ ମିଳିଛି। ଟେଷ୍ଟ ଟିମରେ ଦ୍ୱିଶତକ ମାରିଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ପେସ୍ ବୋଲର ମହମ୍ମଦ ଶାମି ଓ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଟିମରେ […]

kohli

kohli

Ranjit Kumar Jena
  • Published: Wednesday, 15 January 2020
  • Updated: 15 January 2020, 08:46 PM IST

Sports

Latest News

ଦୁବାଇ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବର୍ଷର ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ଭାବେ ଚୟନ କରିଛି। କୋହଲିଙ୍କ ବ୍ୟତୀତ ଆଉ ଚାରି ଭାରତୀୟଙ୍କୁ ଆଇସିସି ଟେଷ୍ଟ ଓ ଦିନିକିଆ ଟିମରେ ସ୍ଥାନ ମିଳିଛି। ଟେଷ୍ଟ ଟିମରେ ଦ୍ୱିଶତକ ମାରିଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ପେସ୍ ବୋଲର ମହମ୍ମଦ ଶାମି ଓ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଟିମରେ ଚୟନ ହୋଇଛନ୍ତି।

କୋହଲି ୨୦୧୯ରେ ଉଭୟ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଗତବର୍ଷ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ କ୍ୟାରିୟରର ସପ୍ତମ ଦ୍ୱିଶତକ (୨୫୪*) ମାରିଥିଲେ। ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ମଧ୍ୟ ଦ୍ୱିଶତକ, ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ମୟଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ୨୪୩ ରନର ଇନିଂସ୍ ଖେଳିଥିଲେ।

ଦିନିକିଆ ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ବିଶ୍ୱକପରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ। କୁଲଦୀପ ଦୁଇଥର ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଥିଲେ। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗତମାସରେ କ୍ୟାରିୟରର ଦ୍ୱିତୀୟ ହ୍ୟାଟ୍ରିକ୍ ହାସଲ କରିଥିଲେ। ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଶାମି ଗତ ୧୨ମାସରେ ୨୧ ଦିନିକିଆ କେଳି ୪୨ ୱିକେଟ୍ ନେଇଛନ୍ତି।

ଆଇସିସି ଟିମ୍ ଅଫ୍ ଦି ଇୟର୍‌
ଦିନିକିଆ ଟିମ୍ ଅଫ୍ ଦି ଇୟର୍ (ବ୍ୟାଟିଂ ଅର୍ଡର ଅନୁଯାୟୀ): ରୋହିତ୍ ଶର୍ମା, ଶାଇ ହୋପ, ବିରାଟ୍ କୋହଲି (କ୍ୟାପଟେନ୍‌), ବାବର ଆଜମ, କେନ୍ ୱିଲିୟମସନ୍‌, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍ (ୱିକେଟକିପର), ମିଚେଲ୍ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ମହମ୍ମଦ ଶାମି, କୁଲଦୀପ ଯାଦବ।

ଟେଷ୍ଟ ଟିମ୍ ଅଫ୍ ଦି ଇୟର୍ (ବ୍ୟାଟିଂ ଅର୍ଡର୍ ଅନୁଯାୟୀ): ମୟଙ୍କ ଅଗ୍ରୱାଲ୍‌, ଟମ୍ ଲାଥାମ୍‌, ମାର୍ନସ୍ ଲାବୁଶେନ୍‌, ବିରାଟ୍ କୋହଲି (କ୍ୟାପଟେନ୍‌), ଷ୍ଟିଭ୍ ସ୍ମିଥ୍‌, ବେନ୍ ଷ୍ଟୋକ୍ସ, ବିଜେ ୱାଟଲିଙ୍ଗ୍ (ୱିକେଟକିପର), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନିଲ୍ ୱାଗନର୍‌, ନେଥନ ଲାୟନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos