ଇନଷ୍ଟାଗ୍ରାମ୍ ଧନୀ ଖେଳାଳିଙ୍କ ତାଲିକାରେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏକମାତ୍ର କ୍ରିକେଟର୍ ଭାବେ ଇନଷ୍ଟାଗ୍ରାମ୍ ଧନୀ କ୍ରୀଡ଼ାବିତଙ୍କ ତାଲିକାର ଟପ୍-୧୦ରେ ସ୍ଥାନ ପାଇଛନ୍ତି। ଏହି ଲିଷ୍ଟରେ ବିରାଟ୍ ନବମ ସ୍ଥାନରେ ଅଛନ୍ତି। ତେବେ ତାଲିକାର ଶୀର୍ଷରେ ଅଛନ୍ତି ପର୍ତ୍ତୁଗାଲ୍ ଫୁଟବଲ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ତାଲିକାର ଶୀର୍ଷ-୩ରେ ଫୁଟବଲର କବଜା କରିଛନ୍ତି। ରୋନାଲ୍ଡୋଙ୍କ ପରେ ବ୍ରାଜିଲ୍ ଫୁଟବଲର ନେମାର ଏବଂ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଅଛନ୍ତି। ହପରଏଚକ୍ୟୁ ଡଟ୍ କମ୍ (ଇନଷ୍ଟାଗ୍ରାମ୍ ସିଡ୍ୟୁଲ୍ ଟୁଲ୍) […]

virat

Ranjit Kumar Jena
  • Published: Wednesday, 24 July 2019
  • , Updated: 24 July 2019, 05:10 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏକମାତ୍ର କ୍ରିକେଟର୍ ଭାବେ ଇନଷ୍ଟାଗ୍ରାମ୍ ଧନୀ କ୍ରୀଡ଼ାବିତଙ୍କ ତାଲିକାର ଟପ୍-୧୦ରେ ସ୍ଥାନ ପାଇଛନ୍ତି। ଏହି ଲିଷ୍ଟରେ ବିରାଟ୍ ନବମ ସ୍ଥାନରେ ଅଛନ୍ତି। ତେବେ ତାଲିକାର ଶୀର୍ଷରେ ଅଛନ୍ତି ପର୍ତ୍ତୁଗାଲ୍ ଫୁଟବଲ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ତାଲିକାର ଶୀର୍ଷ-୩ରେ ଫୁଟବଲର କବଜା କରିଛନ୍ତି। ରୋନାଲ୍ଡୋଙ୍କ ପରେ ବ୍ରାଜିଲ୍ ଫୁଟବଲର ନେମାର ଏବଂ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଅଛନ୍ତି।

ହପରଏଚକ୍ୟୁ ଡଟ୍ କମ୍ (ଇନଷ୍ଟାଗ୍ରାମ୍ ସିଡ୍ୟୁଲ୍ ଟୁଲ୍) ଅନୁଯାୟୀ, ବିରାଟ ଏହି ସେଶାଲ ମିଡିଆ ସାଇଟରେ ନିଜର ଗୋଟିଏ ପୋଷ୍ଟରୁ ୧ଲକ୍ଷ ୯୬ହଜାର ଡଲାର୍ ଅର୍ଥାତ୍ ୧.୩୫ କୋଟି ଟଙ୍କା ଆୟ କରୁଛନ୍ତି। କୋହଲି ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଏବଂ ସମୟ ସମୟରେ ନିଜ ଫଟୋ ପୋଷ୍ଟ କରନ୍ତି। ଏହାସହ ସେ ଫଟୋ-ଶେୟାରିଂ ସୋଶାଲ ମିଡିଆ ପୋର୍ଟାଲରେ ମଧ୍ୟ ଖୁବ୍ ଲୋକପ୍ରିୟ। ସୋଶାଲ୍ ମିଡିଆରେ ୩୦ ବର୍ଷୀୟ କୋହଲିଙ୍କର ପ୍ରାୟ ୩.୬ କୋଟି ଫଲୋଅର୍ସ ଅଛନ୍ତି।

ଇନଷ୍ଟାଗ୍ରାମରେ ଧନୀ କ୍ରିକେଟର ହୋଇଥିବା ବିରାଟ୍ ବର୍ତ୍ତମାନ ବିଶ୍ୱ କ୍ରିକେଟର ସବୁଠାରୁ ଚର୍ଚ୍ଚିତ ଚେହେରା। ସେ ମଧ୍ୟ ଆଇସିସି ଦିନିକିଆ ଓ ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବିରାଟଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ନିକଟରେ ଶେଷ ହୋଇଥିବା କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା।

ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟରୁ ରୋନାଲ୍ଡୋ ୯ଲକ୍ଷ ୭୫ ହଜାର ଡଲାର୍ ଅର୍ଥାତ୍ ୬.୭୩ କୋଟି ଟଙ୍କା ଆୟ କରୁଛନ୍ତି। ସେହିପରି ନେମାର ୭ଲକ୍ଷ ୨୨ହଜାର ଡଲାର ଅର୍ଥାତ୍ ୪.୯୮ କୋଟି ଟଙ୍କା ଏବଂ ମେସି ୬ଲକ୍ଷ ୪୮ ହଜାର ଡଲାର୍ ଅର୍ଥାତ୍ ୪.୪୭ କୋଟି ଟଙ୍କା ଆୟ କରୁଛନ୍ତି।

ଏହି ତାଲିକାରେ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ୍ ବେକହାମ୍ ଚତୁର୍ଥ, ବାସ୍କେଟବଲ୍ ଖେଳାଳି ଲିବ୍ରନ୍ ଜେମ୍ସ ପଞ୍ଚମ, ବ୍ରାଜିଲ୍ ଫୁଟବଲର ରୋନାଲଡିନୋ ଷଷ୍ଠ, ପୁଟବଲର ଗ୍ୟାରେଥ ବେଲ୍ ସପ୍ତମ, ଫୁଟବଲର ଜ୍ଲାଟାନ୍ ଇବ୍ରାହିମୋଭିକ୍ ଅଷ୍ଟମ ଏବଂ ଫୁଟବଲର ଲୁଇସ୍ ସୁଆରେଜ୍ ଦଶମ ସ୍ଥାନରେ ଅଛନ୍ତି।

Related story