ବିରାଟଙ୍କ କବାଡି ଟିମରେ ଭାରତର ଏହିସବୁ କ୍ରିକେଟର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏବେ କବାଡିରେ ଆଗ୍ରହ ଦେଖାଇଛନ୍ତି। ଶନିବାର ପ୍ରୋ କବାଡି ଲିଗର ମୁମ୍ବାଇ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ବିରାଟ୍ ଯୋଗ ଦେବା ଅବସରରେ ବିରାଟ୍‌  କିଛି ଭାରତୀୟ କ୍ରିକେଟରଙ୍କୁ ନିଜର କବାଡି ଟିମରେ ସ୍ଥାନ ଦେଇଛନ୍ତି। ବିରାଟଙ୍କ କହିବା ଅନୁଯାୟୀ, ସେ ତାଙ୍କ ଟିମରେ ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା ଓ ରିଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ଦେବେ। ବିରାଟ୍ କହିଛନ୍ତି, ଏହି ଖେଳ (କବାଡି)ରେ ସ୍ଫୁର୍ତ୍ତିର […]

virat

Ranjit Kumar Jena
  • Published: Sunday, 28 July 2019
  • , Updated: 28 July 2019, 06:45 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଏବେ କବାଡିରେ ଆଗ୍ରହ ଦେଖାଇଛନ୍ତି। ଶନିବାର ପ୍ରୋ କବାଡି ଲିଗର ମୁମ୍ବାଇ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ବିରାଟ୍ ଯୋଗ ଦେବା ଅବସରରେ ବିରାଟ୍‌  କିଛି ଭାରତୀୟ କ୍ରିକେଟରଙ୍କୁ ନିଜର କବାଡି ଟିମରେ ସ୍ଥାନ ଦେଇଛନ୍ତି। ବିରାଟଙ୍କ କହିବା ଅନୁଯାୟୀ, ସେ ତାଙ୍କ ଟିମରେ ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା ଓ ରିଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ଦେବେ।

ବିରାଟ୍ କହିଛନ୍ତି, ଏହି ଖେଳ (କବାଡି)ରେ ସ୍ଫୁର୍ତ୍ତିର ଆବଶ୍ୟକତା ରହିଛି, ଏଥିପାଇଁ ନିଜ ଟିମରେ ସେହି ଖେଳାଳିଙ୍କୁ ଚୟନ କରିଛନ୍ତି, ଯେଉଁମାନଙ୍କ ଭିତରେ ଏସବୁ ଗୁଣ ଅଛି। ତେବେ ବିରାଟ୍ ନିଜକୁ କବାଡି ଟିମରେ ରଖିନାହାନ୍ତି। ତାଙ୍କ ଟିମରେ ଧୋନି, ଜାଡେଜା, ଉମେଶ ଯାଦବ, ପନ୍ତ, ବୁମ୍ରା ଏବଂ ଲୋକେଶ ରାହୁଲଙ୍କୁ ସାମିଲ୍ କରିଛନ୍ତି।

ବିରାଟ୍ କହିଛନ୍ତି, ଏହି ଖେଳାଳିମାନେ ସ୍ପୁର୍ତ୍ତି ଓ ତାକତ୍ ମାମଲାରେ ମୋ'ଠାରୁ ବହୁ ଆଗରେ। ମୋ ମତରେ ଧୋନି, ଜାଡେଜା ଓ ଉମେଶ ବହୁତ ମଜଭୁତ୍। ଉମେଶ ବେଶ୍ ଦୃଢ଼। ପନ୍ତ ମଧ୍ୟ ଠିକ୍ ସେୟା। ଟୋ-ଟଚ୍ ପାଇଁ ମୁଁ ବୁମ୍ରାଙ୍କୁ ରଖିବି । ଅନ୍ତିମ ଖେଳାଳି ଭାବେ ଭାବେ ମୁଁ ଲୋକେଶ ରାହୁଲଙ୍କୁ ସାମିଲ୍ କରିବି।

ଏଥିସହ କୋହଲି ରାହୁଲ ଚୌଧୁରୀଙ୍କୁ ନିଜର ପସନ୍ଦର କବାଡି ଖେଳାଳି କହିଛନ୍ତି । ଟିମ୍ ଇଣ୍ଡିଆ ଓ ତାମିଲ୍ ଥାଲାଇଭାସ୍ ପକ୍ଷରୁ ଖେଳୁଥିବା ଚୌଧୁରୀ ଓ ଅଜୟ ଠାକୁରଙ୍କ ଯୋଡ଼ି ବିରାଟଙ୍କୁ ନିଜ ସହ ଧୋନିଙ୍କ ଯୋଡ଼ି କଥା ମନେ ପକାଉଛି।

Related story