ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ କୋହଲିଙ୍କୁ ବିଶ୍ରାମ, ଦୁବେ ନୂଆ ମୁହଁ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ଆଉ ଏକ ଘରୋଇ ସିରିଜ୍ ପାଇଁ ପ୍ରସ୍ତୁତ ହୋଇଛି। ଦକ୍ଷିଣ ଆଫ୍ରିକା ପରେ ଏବେ ପଡ଼ୋଶୀ ଦେଶ ବାଂଲାଦେଶର ଭାରତ ଗସ୍ତ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଗୁରୁବାର ଭାରତୀୟ ଦଳର ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ […]

virat

virat

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 05:30 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ଆଉ ଏକ ଘରୋଇ ସିରିଜ୍ ପାଇଁ ପ୍ରସ୍ତୁତ ହୋଇଛି। ଦକ୍ଷିଣ ଆଫ୍ରିକା ପରେ ଏବେ ପଡ଼ୋଶୀ ଦେଶ ବାଂଲାଦେଶର ଭାରତ ଗସ୍ତ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଗୁରୁବାର ଭାରତୀୟ ଦଳର ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି।

ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଟି-୨୦ ସ୍କ୍ୱାଡରେ ସ୍ଥାନ ମିଳିଛି। ସେ ପ୍ରାୟ ୪ ବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେଙ୍କୁ ନୂଆ ମୁହଁ ଭାବେ ଟି-୨୦ ଟିମରେ ସାମିଲ୍ କରାଯାଇଛି।

କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ଦଳର କ୍ୟାପଟେନ୍ ଭାର ସମ୍ଭାଳିବେ। ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇନାହାନ୍ତି। ଧୋନି ନିଜେ ଏହି ସିରିଜ୍ ପାଇଁ ଉପଲବ୍ଧ ହେବେନି ବୋଲି କହିଥିଲେ। ଆଗାମୀ ଇଣ୍ଡିଜ୍ ସିରିଜ୍ ପାଇଁ ସେ ଜାତୀୟ ଦଳକୁ ଫେରିପାରନ୍ତି।

ତେବେ ଟି-୨୦ରେ ଦଳରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ କରାଯାଇଛି। ସେହିପରି ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। କୋହଲି ଟେଷ୍ଟ ସିରିଜ୍ ବେଳେ ଉପଲବ୍ଧ ହେବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟରେ ଶେଷ ମୁହୂର୍ତ୍ତରେ ଟିମରେ ସ୍ଥାନ ପାଇଥିବା ଶାହାବାଜ ନଦୀମ୍ ବାଦ୍ ପଡ଼ିଛନ୍ତି। ନଦୀମ ଆହତ କୁଲଦୀପ ଯାଦବଙ୍କ ସ୍ଥାନରେ ଟିମରେ ସ୍ଥାନ ପାଇଥିଲେ। ଯେହେତୁ ଏବେ କୁଲଦୀପ ଫିଟ୍ ହୋଇସାରିଛନ୍ତି, ତେଣୁ ନଦୀମଙ୍କୁ ବାଦ୍ ଦିଆଯାଇଛି।

ଭାରତ ଓ ବାଂଲାଦେଶ ମଧ୍ୟ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩ ତାରିଖରେ ନୂଆଦିଲ୍ଲୀରେ ଖେଳାଯିବ। ଏହା ପରେ ନଭେମ୍ବର ୭ରେ ଦ୍ୱିତୀୟ ମ୍ୟାଚ୍ ରାଜକୋଟ୍ ଏବଂ ନଭେମ୍ବର ୧୦ରେ ତୃତୀୟ ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହା ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଇନ୍ଦୋରରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଖେଳାଯିବ।

ଟି-୨୦ ସ୍କ୍ୱାଡ୍‌: ରୋହିତ୍ ଶର୍ମା (କ୍ୟାପଟେନ୍‌), ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ସଞ୍ଜୁ ସାମସନ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, କୃନାଲ୍ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍‌, ରାହୁଲ ଚହର୍‌, ଦୀପକ ଚହର୍‌, ଖଲୀଲ ଅହମ୍ମଦ, ଶିବମ ଦୁବେ, ଶାର୍ଦ୍ଦୁଲ ଠାକୁର୍।

ଟେଷ୍ଟ ସ୍କ୍ୱାଡ୍‌: ବିରାଟ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା (ୱିକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, କୁଲଦୀପ ଯାଦବ, ମହମ୍ମଦ ଶାବି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁବମାନ୍ ଗିଲ୍‌, ଋଷଭ ପନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story