ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କ ଡେପୁଟୀ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। କୋହଲି ପୂର୍ବପରି ୯୨୮ ପଏଣ୍ଟ ସହ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି।
ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚେତେଶ୍ୱର ପୂଜାରା (୭୯୧ ପଏଣ୍ଟ) ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ରାହାଣେ ୭୫୯ ପଏଣ୍ଟ ସହ ନବମକୁ ଖସିଛନ୍ତି। ଭାରତୀୟ ପେସର ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗରେ ୭୯୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଷ୍ଟମ ସ୍ଥାନରେ ରହିଛନ୍ତି।
ମହମ୍ମଦ ଶାମି (ନବମ) ତୃତୀୟ ଭାରତୀୟ ବୋଲର ଭାବେ ଟପ୍-୧୦ରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୪୦୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଅଶ୍ୱିନ୍ ୩୦୮ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉଠିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Crime
'ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇଲି'; ଲକ୍ଷ୍ନୌ ହତ୍ୟାକାଣ୍ଡ ଅଭିଯୁକ୍ତର ଭିଡିଓ ଭାଇରାଲ
ନିଜ ମାଆ ଓ ୪ ଭଉଣୀଙ୍କୁ ମାରିବା ପରେ ଭିଡିଓ କରି ଅଭିଯୁକ୍ତ କହିଲା ସେମାନଙ୍କୁ ଦଲାଲମାନେ ବିକ୍ରି କରିଦେଇଥାନ୍ତେ। ତାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।