ଦିନିକିଆ ରାଙ୍କିଙ୍ଗ: ମ୍ୟାଚ୍‌ ନ ଖେଳି ବି ରୋହିତ ନଂ ୨, ତଳକୁ ଖସିଲେ ବୁମ୍ରା

ଦୁବାଇ: ଆହତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନଥିଲେ ମଧ୍ୟ ଆଇସିସି ଦିନିକିଆ ରାଙ୍କିଙ୍ଗରେ ପୂର୍ବଭଳି ୨ନଂ ସ୍ଥାନରେ ରହିଛନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ ରୋହିତ ଶର୍ମା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟସମ୍ୟାନ ତାଲିକାର ୧ ନଂ ସ୍ଥାନରେ ସ୍ଥିର ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଟିମ ଇଣ୍ଡିଆ ୨-୧ରେ ପରାସ୍ତ ହୋଇଥିଲା। କିନ୍ତୁ ବିରାଟ ଏହି ସିରିଜ୍‌ରେ ନିଜର ଛାପ ଛାଡ଼ି ୨ଟି ଅର୍ଦ୍ଧଶତକ ହାସଲ […]

rf

Hemant Lenka
  • Published: Thursday, 10 December 2020
  • , Updated: 10 December 2020, 07:07 PM IST

ଦୁବାଇ: ଆହତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନଥିଲେ ମଧ୍ୟ ଆଇସିସି ଦିନିକିଆ ରାଙ୍କିଙ୍ଗରେ ପୂର୍ବଭଳି ୨ନଂ ସ୍ଥାନରେ ରହିଛନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ ରୋହିତ ଶର୍ମା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟସମ୍ୟାନ ତାଲିକାର ୧ ନଂ ସ୍ଥାନରେ ସ୍ଥିର ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଟିମ ଇଣ୍ଡିଆ ୨-୧ରେ ପରାସ୍ତ ହୋଇଥିଲା। କିନ୍ତୁ ବିରାଟ ଏହି ସିରିଜ୍‌ରେ ନିଜର ଛାପ ଛାଡ଼ି ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି କାରଣରୁ ବିରାଟ ୮୭୦ ପଏଣ୍ଟ ସହ ୧ନଂ ଓ ରୋହିତ ୮୪୭ ପଏଣ୍ଟ ସହ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି।

ଦିନିକିଆ ରାଙ୍କିଙ୍ଗର ଟପ୍‌ ୫ରେ ମାତ୍ର ଗୋଟିଏ ପରିବର୍ତ୍ତନ ହୋଇଛି। ପୂର୍ବରୁ ୬ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଏବେ ୫ନଂକୁ ଚାଲି ଆସିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକାର ଫାପ ଡୁପ୍ଲେସିସି ୫ନଂ ସ୍ଥାନରେ ଥିଲେ। କିନ୍ତୁ ସେ ୭୯୦ ପଏଣ୍ଟ ସହ ୬ନଂ ଓ ଫିଞ୍ଚ ୭୯୧ ପଏଣ୍ଟ ସହ ୫ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ କ୍ୟାରିୟର ବେଷ୍ଟ ରାଙ୍କ। ଅନ୍ୟମାନଙ୍କ ମଧ୍ୟରେ ୩ନଂରେ ବାବର ଆଜାମ ଓ ୪ନଂରେ ରସ୍‌ ଟେଲର ଅଛନ୍ତି।

ଦିନିକିଆ ସିରିଜ୍‌ର ୩ଟି ମ୍ୟାଚ୍‌ରେ ୨୧୦ ରନ୍‌ କରିଥିବା ଭାରତୀୟ ଅଲରାଉଣ୍ଡର ଦିନିକିଆ ବ୍ୟାଟସମ୍ୟାନ ରାଙ୍କିଙ୍ଗର ଟପ ୫୦ରେ ପ୍ରବେଶ କରିଛନ୍ତି। ସେ ୫୫୩ ପଏଣ୍ଟ ସହ ତାଲିକାର ୪୯ମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ବୋଲିଂ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ସେ ଦୁଇ ନଂ ସ୍ଥାନରେ ଥିଲେ। କିନ୍ତୁ ଏବେ ୭୦୦ ପଏଣ୍ଟ ସହ ୩ ନଂକୁ ଖସି ଯାଇଛନ୍ତି। ୧ନଂରେ ଟ୍ରେଣ୍ଟ ବୋଲ୍ଟ(୭୨୨) ଓ ଦୁଇ ନଂରେ ମୁଜିବ ଉର ରେହମାନ(୭୦୧) ରହିଛନ୍ତି।

Related story