ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାର ତୃତୀୟ ସ୍ଥାନରେ ବିରାଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ବିରାଟ କୋହଲି ମାରିଛନ୍ତି ତାଙ୍କ ଟେଷ୍ଟ୍ କ୍ୟାରିୟରର ୨୫ତମ ଶତକ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ଏହି ସଫଳତା ପାଇଛନ୍ତି। ସେ ୨୧୫ ବଲ୍‌ରୁ ଏହି ଶତକ ପୂରଣ କରିଥିଲେ। ପରେ ୨୫୭ଟି ବଲ୍‌ରୁ ୧୨୩ ରନ୍ କରି ସେ ଆଉଟ୍ ହୋଇଥିଲେ। ୨୫ତମ ଟେଷ୍ଟ୍ ଶତକ କରିବା ପରେ ବିରାଟ କୋହଲିଙ୍କ ନାଁରେ କିଛି ରେକର୍ଡ ଯୋଡ଼ି ହୋଇଯାଇଛି। ଦ୍ରୁତ ୨୫ତମ ଟେଷ୍ଟ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ […]

virat23

virat23

Jitendra Garnayak
  • Published: Sunday, 16 December 2018
  • Updated: 16 December 2018, 11:19 AM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ବିରାଟ କୋହଲି ମାରିଛନ୍ତି ତାଙ୍କ ଟେଷ୍ଟ୍ କ୍ୟାରିୟରର ୨୫ତମ ଶତକ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ଏହି ସଫଳତା ପାଇଛନ୍ତି। ସେ ୨୧୫ ବଲ୍‌ରୁ ଏହି ଶତକ ପୂରଣ କରିଥିଲେ। ପରେ ୨୫୭ଟି ବଲ୍‌ରୁ ୧୨୩ ରନ୍ କରି ସେ ଆଉଟ୍ ହୋଇଥିଲେ।

୨୫ତମ ଟେଷ୍ଟ୍ ଶତକ କରିବା ପରେ ବିରାଟ କୋହଲିଙ୍କ ନାଁରେ କିଛି ରେକର୍ଡ ଯୋଡ଼ି ହୋଇଯାଇଛି। ଦ୍ରୁତ ୨୫ତମ ଟେଷ୍ଟ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ସାରା ବିଶ୍ୱରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍‌।

ସେହିପରି ଏହି ଶତକ ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଧିକ ଶତକ କରିଥିବା ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି କୋହଲି। ଆଜି ପର୍ଥରେ କୋହଲି ତାଙ୍କ କ୍ୟାରିୟରର ୬୩ତମ ଅନ୍ତର୍ଜାତୀୟ ଶତକ ମାରିଥିଲେ। ସେ ଦିନିକିଆରେ ୩୮ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୨୫ଟି ଶତକ ମାରିଛନ୍ତି।
ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ମାରିଛନ୍ତି ସଚିନ୍ ତେନ୍ଦୁଲକର। ସେ ମୋଟ ୧୦୦ ଟି ଅନ୍ତର୍ଜାତୀୟ ଶତକ କରିଛନ୍ତି। ଏଥିରୁ ଟେଷ୍ଟରେ ୫୧ଟି ଶତକ ରହିଥିବା ବେଳେ ଦିନିକିଆରେ ରହିଛି ୪୯ଟି।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରିକି ପଣ୍ଟିଂ। ସେ ମୋଟ ୭୧ଟି ଅନ୍ତର୍ଜାତୀୟ ଶତକ ମାରିଛନ୍ତି।
ତୃତୀୟ ସ୍ଥାନରେ କୋହଲିଙ୍କ ସହିତ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story