କାହିଁକି ହାଫ୍‌ପ୍ୟାଣ୍ଟ ପିନ୍ଧି ଟସ୍‌ ପକାଇଲେ ବିରାଟ୍‌, ଫ୍ୟାନ୍‌ମାନେ କହିଲେ ଏମିତି କଥା

ସିଡ୍‌ନୀ: ବର୍ଷା ପରେ ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଆରମ୍ଭ ହୋଇଛି ଅଭ୍ୟାସ୍ ମ୍ୟାଚ୍। ତେବେ ଏହି ଅଭ୍ୟାସ୍ ମ୍ୟାଚ୍‌ର ଟସ୍ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କ୍ରିକେଟ୍ ଫ୍ୟାନ୍‌ମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟସ୍ ବେଳେ ବିରାଟ୍ ବେଶ କାଜୁଆଲ୍ ଢଙ୍ଗରେ ପଡ଼ିଆକୁ ଆସିବା ସହ ହାଫ୍‌ପ୍ୟାଣ୍ଟ ପିନ୍ଧିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏକାଦଶର ଅଧିନାୟକ ସାମ ହ୍ୱାଇଟ୍‌ମ୍ୟାନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ଯେଉଁଭଳି ଡ୍ରେସ୍‌ କୋଡ଼୍‌ […]

v

Hemant Lenka
  • Published: Thursday, 29 November 2018
  • , Updated: 29 November 2018, 08:41 PM IST

ସିଡ୍‌ନୀ: ବର୍ଷା ପରେ ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଆରମ୍ଭ ହୋଇଛି ଅଭ୍ୟାସ୍ ମ୍ୟାଚ୍। ତେବେ ଏହି ଅଭ୍ୟାସ୍ ମ୍ୟାଚ୍‌ର ଟସ୍ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କ୍ରିକେଟ୍ ଫ୍ୟାନ୍‌ମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ଟସ୍ ବେଳେ ବିରାଟ୍ ବେଶ କାଜୁଆଲ୍ ଢଙ୍ଗରେ ପଡ଼ିଆକୁ ଆସିବା ସହ ହାଫ୍‌ପ୍ୟାଣ୍ଟ ପିନ୍ଧିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏକାଦଶର ଅଧିନାୟକ ସାମ ହ୍ୱାଇଟ୍‌ମ୍ୟାନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ଯେଉଁଭଳି ଡ୍ରେସ୍‌ କୋଡ଼୍‌ ପରିଧାନ କରିଥିଲେ। ତେବେ ବିରାଟ କାହିଁକି ହାଫ୍‌ପ୍ୟାଣ୍ଟ ପିନ୍ଧିଲେ, ତାକୁ ନେଇ ସୋଶାଲ୍‌ ମିଡିଆରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି।

ପୂର୍ବରୁ ପାକିସ୍ତାନର ବ୍ୟାଟସ୍‌ମ୍ୟାନ୍‌ ଫଖର ଜମାନ୍‌ ଏସିଆ କପ୍‌ରେ ଦେଶର ଟୋପିକୁ ଠିକ୍‌ ଭାବେ ପିନ୍ଧି ନଥିବାରୁ ତାଙ୍କୁ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସୁନୀଲ ଗାଭାସ୍କର ତୀବ୍ର ସମାଲୋଚନା କରିଥିଲେ।
ବିରାଟ୍‌ ଏଭଳି ହାଫ୍‌ପ୍ୟାଣ୍ଟ ପିନ୍ଧି କ୍ରିକେଟ୍‌ ଖେଳକୁ ଅପମାନିତ କରିଛନ୍ତି ବୋଲି ଜଣେ ଫ୍ୟାନ୍‌ କହିଛନ୍ତି। ଆଉ ଜଣେ କହିଛନ୍ତି, ପୂର୍ବରୁ ଟେଷ୍ଟ କ୍ରିକେଟ୍‌ର ଅଭ୍ୟାସ୍‌ ମ୍ୟାଚ୍‌ରେ ଅଧିନାୟକମାନେ ବ୍ଲେଜର ପିନ୍ଧି ଆସୁଥିଲେ। କିନ୍ତୁ ବିରାଟ୍‌ ସବୁ ସୀମା ଉଲ୍ଲଙ୍ଘନ କରିଛନ୍ତି। ବିରାଟ୍‌ ହାଫ୍‌ଫ୍ୟାଣ୍ଟ ନୁହେଁ ବରଂ ଲଙ୍ଗ୍ କୁର୍ତ୍ତା ପିନ୍ଧି ପଡ଼ିଆକୁ ଆସିବା ଦରକାର ବୋଲି ଜଣେ ଫ୍ୟାନ୍‌ ଟ୍ୱିଟ୍‌ କରିଛନ୍ତି।

ସମସ୍ତେ ଜାଣିଛନ୍ତି ବିରାଟ୍‌ ଜଣେ ଭଲ ବ୍ୟାଟସ୍‌ମ୍ୟାନ୍‌। ଏହାର ଅର୍ଥ ନୁହେଁ ସେ କ୍ରିକେଟ୍‌କୁ ଅସମ୍ମାନ କରିବେ। ବିପକ୍ଷ ଦଳର ଅଧିନାୟକଙ୍କ ଠାରୁ ବିରାଟ୍‌ କିଛି ଶିଖିବା ଦରକାର ବୋଲି ଆଉ ଜଣେ କ୍ରିକେଟ୍‌ ଫ୍ୟାନ୍‌ କହିଛନ୍ତି।

Related story