ବିରାଟ୍ ଓ ରୋହିତଙ୍କୁ ନେଇ ବଡ଼ ବୟାନ୍ ଦେଲେ ଫିଞ୍ଚ୍‌

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲିଙ୍କୁ ନେଇ ବଡ଼ ବୟାନ୍ ଦେଇଛନ୍ତି। ଫିଞ୍ଚ୍ କୋହଲିଙ୍କୁ ଦିନିକିଆର ଅଲ୍ ଟାଇମ୍ ଶ୍ରେଷ୍ଠ ଖେଳାଳି ଆଖ୍ୟା ଦେଇଛନ୍ତି। ସେହିପରି ଫିଞ୍ଚ୍ ମଧ୍ୟ ଟିମ୍ ଇଣ୍ଡିଆର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ଦିନିକିଆର ଟପ୍‌-୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ୍ କରିଛନ୍ତି। ରୋହିତ୍ ତୃତୀୟ ଦିନିକିଆରେ ୧୧୯ ରନର ଇନିଂସ୍ ଖେଳିଥିଲା, ଯାହା ତାଙ୍କ କ୍ୟାରିୟରର ୨୯ତମ ଶତକ। କୋହଲି ୯୧ ବଲରେ ୮୯ ରନ୍ […]

finch

finch

Ranjit Kumar Jena
  • Published: Monday, 20 January 2020
  • Updated: 20 January 2020, 06:11 PM IST

Sports

Latest News

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲିଙ୍କୁ ନେଇ ବଡ଼ ବୟାନ୍ ଦେଇଛନ୍ତି। ଫିଞ୍ଚ୍ କୋହଲିଙ୍କୁ ଦିନିକିଆର ଅଲ୍ ଟାଇମ୍ ଶ୍ରେଷ୍ଠ ଖେଳାଳି ଆଖ୍ୟା ଦେଇଛନ୍ତି। ସେହିପରି ଫିଞ୍ଚ୍ ମଧ୍ୟ ଟିମ୍ ଇଣ୍ଡିଆର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ଦିନିକିଆର ଟପ୍‌-୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ୍ କରିଛନ୍ତି।

ରୋହିତ୍ ତୃତୀୟ ଦିନିକିଆରେ ୧୧୯ ରନର ଇନିଂସ୍ ଖେଳିଥିଲା, ଯାହା ତାଙ୍କ କ୍ୟାରିୟରର ୨୯ତମ ଶତକ। କୋହଲି ୯୧ ବଲରେ ୮୯ ରନ୍ କରିଥିଲେ। ଦୁହେଁ ୧୩୭ ରନର ଭାଗୀଦାରୀ କରି ଭାରତକୁ ତୃତୀୟ ଦିନିକିଆରେ ସହଜ ବିଜୟ ଦେଇଥିଲେ। ଫିଞ୍ଚଙ୍କ କହିବା ଅନୁଯାୟୀ, ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ବ୍ୟାଟିଂ କରିବାକୁ ଆସିନଥିଲେ। ଏହା ସତ୍ତ୍ୱେ ଉଭୟ ବିରାଟ୍ ଓ ରୋହିତଙ୍କ ଇନିଂସ୍ ବଳରେ ଭାରତ ୨୮୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା।

ଫିଞ୍ଚ୍ କହିଛନ୍ତି, "ଭାରତ ପାଖରେ କୋହଲି ଅଛନ୍ତି, ଯିଏ ହୁଏତ ଦିନିକିଆର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଏବଂ ରୋହିତ୍ ଦିନିକିଆର ଶ୍ରେଷ୍ଠ ପାଞ୍ଚଜଣ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ଅସାଧାରଣ ବ୍ୟାଟିଂ କଲେ ଏବଂ ଭାରତୀୟ ଟିମର ବିଶେଷତ୍ୱ ହେଉଛି, ସେମାନଙ୍କର ଅଭିଜ୍ଞ ଖେଳାଳି ବଡ଼ ମ୍ୟାଚରେ ନିଜ ନିଜର ଭୂମିକାକୁ ଭଲ ଭାବେ ତୁଲାଉଛନ୍ତି। ଧୱନଙ୍କ ଅନୁପସ୍ଥିତିରେ ରୋହିତ୍ ଯେଉଁଭଳି ବ୍ୟାଟିଂ କରି ଶତକ ମାରିଲେ, ତାହା ପ୍ରଶଂସାଯୋଗ୍ୟ। ଏହାଛଡ଼ା କୋହଲି ମଧ୍ୟ ରୋହିତଙ୍କ ସହ ଯେଉଁ ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କଲେ, ସେଥିରୁ ଜଣାପଡ଼ୁଛି ଯେ ଭାରତର ଟପଅର୍ଡର କେତେ ମଜଭୁତ୍।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos