୩୦ ବର୍ଷରେ ପାଦ ଥାପିଲେ ବିରାଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ସେ ଜନ୍ମ ହୋଇଥିଲେ। ୨୦୦୮ ମସିହା ଅଗଷ୍ଟ ୧୮ ତାରିଖରେ ସେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ପ୍ରାୟ ତିନି ବର୍ଷ ପରେ ୨୦୧୧ ମସିହା ଜୁନ୍ ୨୦ ତାରିଖରେ ସେ ଟେଷ୍ଟ୍ କ୍ୟାପ୍ […]

Virat

Virat

Jitendra Garnayak
  • Published: Monday, 05 November 2018
  • Updated: 05 November 2018, 11:43 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ସେ ଜନ୍ମ ହୋଇଥିଲେ।

୨୦୦୮ ମସିହା ଅଗଷ୍ଟ ୧୮ ତାରିଖରେ ସେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ।

ଏହାର ପ୍ରାୟ ତିନି ବର୍ଷ ପରେ ୨୦୧୧ ମସିହା ଜୁନ୍ ୨୦ ତାରିଖରେ ସେ ଟେଷ୍ଟ୍ କ୍ୟାପ୍ ପିନ୍ଧିଥିଲେ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଥିଲେ।

ଏଯାବତ ୭୩ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବିରାଟ କୋହଲି ୬,୩୩୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨୪ଟି ଶତକ ଓ ୧୯ଟି ଅର୍ଦ୍ଧଶତକ ରହିଛି। ଟେଷ୍ଟ୍ ମ୍ୟାଚ୍‌ରେ ୨୪୩ ହେଉଛି ତାଙ୍କର ସର୍ବୋଚ୍ଚ ସ୍କୋର୍।

ସେ ୨୧୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ୫୯.୮୩ ହାରରେ ୧୦,୨୩୨ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୩୮ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ରହିଛି। ୧୮୩ ହେଉଛି ଦିନିକିଆରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ସେହିପରି ୬୨ଟି ଟି-ଟ୍ୱେଣ୍ଟି ଖେଳି ସେ ୨,୧୦୨ ରନ୍ କରିଛନ୍ତି।

ତାଙ୍କ ନାଁରେ ଅନେକ ରେକର୍ଡ ରହିଛି। ଦିନିକିଆରେ ଭାରତୀୟଙ୍କ ମଧ୍ୟରେ ସେ ଦ୍ରୁତ ୧୦୦୦, ୫୦୦୦, ୬୦୦୦, ୭୦୦୦ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଦିନିକିଆରେ ୮୦୦୦, ୯୦୦୦ ଓ ୧୦,୦୦୦ ରନ୍ କରିବାରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିଛନ୍ତି। ୩୦ ଓ ୩୫ ତମ ଶତକ ମାରିବାରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିଶ୍ୱରେ ଦ୍ରୁତ ୧୫,୦୦୦ ରନ୍ କରିବାର ରେକର୍ଡ ବି ତାଙ୍କ ନାଁରେ ଅଛି।

୨୦୧୦, ୨୦୧୨, ୨୦୧୩, ୨୦୧୪ ଓ ୨୦୧୬ରେ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ବର୍ଷରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଥିଲେ। ୨୦୧୧ରେ ଏହି ବର୍ଗରେ ସେ ସାରା ବିଶ୍ୱରେ ପ୍ରଥମ ଥିଲେ।

ବିରାଟଙ୍କୁ ପଦ୍ମଶ୍ରୀ, ଅର୍ଜୁନ ଆୱାର୍ଡ ସହିତ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ବି ମିଳିଛି। ୨୦୧୨ ଓ ୨୦୧୭ରେ ଆଇସିସି ତାଙ୍କୁ ଦିନିକିଆରେ ପ୍ଲେୟର ଅଫ୍ ଦ ଇୟର ଘୋଷଣା କରିଥିଲା।

୨୦୧୭ରେ ସେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ।

(ତଥ୍ୟ- wikipedia)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story