ଲଗାତାର ବିରାଟଙ୍କୁ ଶିକାର କଲେ ଏହି ବୋଲର୍: ଖୁସିରେ ନାଚିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଭାରତ ପ୍ରଥମ ଇଂନିସରେ ମାତ୍ର ୧୮୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରି ନ ପାରି ଭାରତୀୟ ବ୍ୟାଟ୍ସମ୍ୟାନ ସହଜରେ ଆଉଟ୍‌ ହୋଇଯାଇଥିଲେ। କେବଳ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାର ଅର୍ଦ୍ଧଶତକ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଟି ପାରି ନଥିଲେ। ପ୍ରଥମ ଦିନର ଖେଳ […]

Kohli-Out

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 09:45 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଭାରତ ପ୍ରଥମ ଇଂନିସରେ ମାତ୍ର ୧୮୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରି ନ ପାରି ଭାରତୀୟ ବ୍ୟାଟ୍ସମ୍ୟାନ ସହଜରେ ଆଉଟ୍‌ ହୋଇଯାଇଥିଲେ। କେବଳ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାର ଅର୍ଦ୍ଧଶତକ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଟି ପାରି ନଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୮୭ରନରେ ଅଲଆଉଟ୍‌ ହୋଇଥିବା ପରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସ ଆରମ୍ଭ କରି ୧ୱିକେଟ୍‌ ହରାଇ ୬ ରନ କରିଛି। ଦକ୍ଷିଣ ଆଫ୍ରିକାର ବୋଲର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ବିରାଟ କୋହଲିଙ୍କୁ ଲଗାତାର ୨ ଥର ଦକ୍ଷିଣ ଆଫ୍ରିକାର ଜଣେ ବୋଲର ଆଉଟ୍‌ କରିଛନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇଂନିସରେ ମଧ୍ୟ ବିରାଟ ଦକ୍ଷିଣ ଆଫ୍ରିକା ବୋଲର ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏବଂ ତୃତିୟ ଟେଷ୍ଟର ମଧ୍ୟ ଲୁଙ୍ଗି ପୁଣି ଥରେ ବିରାଟଙ୍କୁ ଆଉଟ୍‌ କରିଛନ୍ତି। ବିରାଟ ୫୪ରନ କରି ଖେଳୁଥିବା ବେଳେ ଲୁଙ୍ଗିଙ୍କ ବଲରେ ଡିଭିଲିୟର୍ସଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବିରାଟଙ୍କୁ ଆଉଟ୍‌ କରିବା ପରେ ଲୁଙ୍ଗୁ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ।

 

Related story