ବିରାଟ୍‌ଙ୍କ ସଫଳତା ପଛର କାରଣ ଜାଣିଛନ୍ତି କି

ନୂଆଦିଲ୍ଲୀ: ଇଂଲିଶ ମାଟିରେ ୧-୪ରେ ସିରିଜ୍‌ ହାରିଥିବା ବିରାଟ୍‌ ଆଣ୍ଡ କୋ କିନ୍ତୁ ଏବେ ୱିନିଂ ଫର୍ମକୁ ଫେରିଛନ୍ତି। ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ହରାଇ କ୍ରମାଗତ ୧୦ଟି ଟେଷ୍ଟ ସିରିଜ୍‌ ଜିତିବାର ରେକର୍ଡ କରିଛି। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ବୋଲି ସମସ୍ତେ ଜାଣନ୍ତି। ପଡ଼ିଆ ବାହାରେ ଗୁଡ୍‌ବୟ ବିରାଟ୍‌ କିନ୍ତୁ ପଡ଼ିଆ ଭିତରେ ବେଶ ଆଗ୍ରେସିଭ୍‌ ରହିଥାଆନ୍ତି। ପୂରା ଟିମ୍‌କୁ ନେଇ ସଫଳତାର […]

v

Hemant Lenka
  • Published: Monday, 15 October 2018
  • , Updated: 15 October 2018, 09:57 PM IST

ନୂଆଦିଲ୍ଲୀ: ଇଂଲିଶ ମାଟିରେ ୧-୪ରେ ସିରିଜ୍‌ ହାରିଥିବା ବିରାଟ୍‌ ଆଣ୍ଡ କୋ କିନ୍ତୁ ଏବେ ୱିନିଂ ଫର୍ମକୁ ଫେରିଛନ୍ତି। ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ହରାଇ କ୍ରମାଗତ ୧୦ଟି ଟେଷ୍ଟ ସିରିଜ୍‌ ଜିତିବାର ରେକର୍ଡ କରିଛି।

ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ବୋଲି ସମସ୍ତେ ଜାଣନ୍ତି। ପଡ଼ିଆ ବାହାରେ ଗୁଡ୍‌ବୟ ବିରାଟ୍‌ କିନ୍ତୁ ପଡ଼ିଆ ଭିତରେ ବେଶ ଆଗ୍ରେସିଭ୍‌ ରହିଥାଆନ୍ତି। ପୂରା ଟିମ୍‌କୁ ନେଇ ସଫଳତାର ଶୀର୍ଷରେ ପହଞ୍ଚିବା ପଛରେ ବିରାଟ୍‌ଙ୍କ ଭରପୂର ହାତ ରହିଛି।

ତେବେ ବିରାଟ୍‌ଙ୍କ ଏହି ସଫଳତା ପଛରେ କେଉଁ ମନ୍ତ୍ର ରହିଛି? ବିରାଟ୍‌ ନିଜେ ହିଁ ଏହି ମନ୍ତ୍ରର ଖୁଲାସା କରିଛନ୍ତି। ବିରାଟ୍‌ ଏତେ ଶୀର୍ଷରେ ପହଞ୍ଚିବା ପଛରେ ୨ଟି ମନ୍ତ୍ର ରହିଛି। ସୋମବାର ବିରାଟ୍‌ ଟ୍ୱିଟର୍‌ରେ ୨ଟି ଫଟୋ ଛାଡ଼ିଛନ୍ତି। ଗୋଟିଏ ବହୁ ପୁରୁଣା ବେଳର ହୋଇଥିବା ବେଳେ ଅନ୍ୟଟି ବର୍ତ୍ତମାନ ସମୟର।

ଏହି ଦୁଇଟି ଫଟୋ ହିଁ ବିରାଟ୍‌ଙ୍କ ଫିଟ୍‌ନେସ୍‌ଠାରୁ ଆରମ୍ଭ କରି ସେ କେମିତି ଅଣ୍ଡର ୧୯ ବିଶ୍ୱକପ୍‌ କ୍ୟାପ୍ଟେନ୍‌ରୁ ଟିମ୍‌ ଇଣ୍ଡିଆ ଜାତୀୟ ଦଳର ଅଧିନାୟକ ହେଲେ ସେକଥା ବୟାନ କରୁଛି। ଏଥିସହ ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ହେବା ପଛରେ କେତେ ଯେ ପରିଶ୍ରମ କରିବାକୁ ପଡ଼େ ସେକଥା ମଧ୍ୟ ବିରାଟ୍‌ ଏହି ଫଟୋ ଛାଡ଼ି ସମସ୍ତଙ୍କୁ ଜଣାଇଛନ୍ତି। ଏହି ଫଟୋରେ ତାଙ୍କ ଚେହେରାରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ବିରାଟ୍‌ ଫଟୋ ଛାଡ଼ିବା ସହ ଏହାର ଏକ ଶୀର୍ଷକ ଦେଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି “ ଲକ୍ଷ୍ୟ ଓ କଠିନ୍‌ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ। କାମ କରିଚାଲ। ନିଜ ଉପରେ ବିଶ୍ୱାସ ରଖ। ଶେଷରେ ସମସ୍ତଙ୍କ ଦିନ ଭଲରେ କଟୁ।”

Related story