ବୀରେନ୍ଦ୍ର ଲାକ୍ରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ୨୦୧୪ ବର୍ଷ ପାଇଁ ଶୁକ୍ରବାର ଘୋଷଣା କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କରାଯାଇଛି ଏହି ଘୋଷଣା। ବିଭାଗ ପକ୍ଷରୁ କୁହାଯାଇଛି ଯେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯିବ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର। ବୀରେନ୍ଦ୍ର ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିଣିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଶ୍ରେଷ୍ଠ କ୍ରୀଡାବିତ୍ ପୁରଷ୍କାର ଦେବାପାଇଁ ମନୋନୀତ କରାଯାଇଛି। ସେହିଭଳି […]

Birendra

Rakesh Mallick
  • Published: Friday, 24 July 2015
  • , Updated: 25 July 2015, 01:36 AM IST

ଭୁବନେଶ୍ୱର: ୨୦୧୪ ବର୍ଷ ପାଇଁ ଶୁକ୍ରବାର ଘୋଷଣା କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କରାଯାଇଛି ଏହି ଘୋଷଣା। ବିଭାଗ ପକ୍ଷରୁ କୁହାଯାଇଛି ଯେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯିବ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର। ବୀରେନ୍ଦ୍ର ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିଣିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଶ୍ରେଷ୍ଠ କ୍ରୀଡାବିତ୍ ପୁରଷ୍କାର ଦେବାପାଇଁ ମନୋନୀତ କରାଯାଇଛି।

ସେହିଭଳି ଶ୍ରେଷ୍ଠ କୋଚ୍ ପୁରସ୍କାର ପାଇବେ ନନ୍ଦ କିଶୋର ପଟ୍ଟନାୟକ। ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ରାଞ୍ଜିତା ମହାନ୍ତିଙ୍କ ସମେତ ବହୁ ଆର୍ନ୍ତଜାତୀୟ ମହିଳା ଫୁଟବଲ ଖେଳାଳି ସୃଷ୍ଟି କରିଥିବାରୁ ଶ୍ରେଷ୍ଠ କୋଚ୍ ଭାବେ ମନୋନୀତ ହୋଇଛନ୍ତି ସେ।

ଜୀବନବ୍ୟାପି କୃତିତ୍ୱ ପାଇଁ ଅଶୋକ ସାହୁଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେ ବର୍ତ୍ତମାନ ଓଡ଼ିଶା ବାସ୍କେଟ୍ ବଲ ଆସୋସିଏସନର ସଂପାଦକ ଅଛନ୍ତି।

Related story