ପାକ୍‌ ବୋଲରଙ୍କୁ କ୍ୟାମ୍ପକୁ ନିମନ୍ତ୍ରଣ କଲେ ଏହି ପ୍ରଖ୍ୟାତ ଖେଳାଳି

କରାଚି:  ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପାକିସ୍ତାନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ସିରିଜ ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲରଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମହାନ କ୍ରିକେଟର ତଥା ପାକ୍‌ର ବୋଲିଂ କୋଚ ୱାକର ୟୁନିସ୍‌। ଏନେଇ ସେ ୨ ଦିନ ଧରି ୨ ସ୍ପିନରଙ୍କ ସହ ୧୫ ଜଣ ଖେଳାଳିଙ୍କୁ କ୍ୟାମ୍ପରେ ଟ୍ରେନିଂ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୱିକେଟ୍‌ ଟେକିଂ ବୋଲରଙ୍କୁ ଖେଳାଇବା ଉପରେ ଉଭୟ ମୁଖ୍ୟ […]

cv

Hemant Lenka
  • Published: Saturday, 19 October 2019
  • , Updated: 19 October 2019, 06:30 PM IST

କରାଚି:  ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପାକିସ୍ତାନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ସିରିଜ ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲରଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମହାନ କ୍ରିକେଟର ତଥା ପାକ୍‌ର ବୋଲିଂ କୋଚ ୱାକର ୟୁନିସ୍‌।

ଏନେଇ ସେ ୨ ଦିନ ଧରି ୨ ସ୍ପିନରଙ୍କ ସହ ୧୫ ଜଣ ଖେଳାଳିଙ୍କୁ କ୍ୟାମ୍ପରେ ଟ୍ରେନିଂ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୱିକେଟ୍‌ ଟେକିଂ ବୋଲରଙ୍କୁ ଖେଳାଇବା ଉପରେ ଉଭୟ ମୁଖ୍ୟ କୋଚ ମିସବା ଉଲ ହକ୍‌ ଓ ୟୁନିସ ଗୁରୁତ୍ୱ ଦେଇଛନ୍ତି। ପିସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରର ବୋଲରମାନେ ଏହି କ୍ୟାମ୍ପରେ ସାମିଲ ହେବେ। ଏମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆ ଟୁର ପାଇଁ ଖେଳାଳି ଚୟନ ହେବ। ସୋମବାର ଲାହୋର ଠାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଖେଳାଳି ଘୋଷଣା କରାଯିବ। ଉଭୟ ଟେଷ୍ଟ ଓ ଟି-୨୦ ସ୍କ୍ୱାଡ୍‌ ପାଇଁ ଖେଳାଳି ବଛାହେବେ।

Related story