ବ୍ରିସବେସ୍ ଟେଷ୍ଟ: ଦମ୍ ଦେଖାଇଲେ ୱାର୍ଣ୍ଣର, ଅଷ୍ଟ୍ରେଲିଆର ଦୃଢ଼ ଜବାବ

ବ୍ରିସବନେ୍‌: ଡେଭିଡ୍ ୱାର୍ଣ୍ଣର୍ (୧୫୧*), ଜୋ ବର୍ନସ୍ (୯୭) ଓ ମାର୍ନସ୍ ଲାବୁଶେନ୍ (୫୫*)ଙ୍କ ଦମଦାର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ତା’ର ସ୍ଥିତି ମଜଭୁତ୍ କରିନେଇଛି। ଆୟୋଜକ ଟିମ୍ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୩୧୨ ରନ୍ କରିଛି। ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୨୪୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ଆଧାରରେ ଅଷ୍ଟ୍ରେଲିଆ ୭୨ ରନର ଅଗ୍ରଣୀ ହାସଲ […]

warner

Ranjit Kumar Jena
  • Published: Friday, 22 November 2019
  • , Updated: 22 November 2019, 06:17 PM IST

ବ୍ରିସବନେ୍‌: ଡେଭିଡ୍ ୱାର୍ଣ୍ଣର୍ (୧୫୧*), ଜୋ ବର୍ନସ୍ (୯୭) ଓ ମାର୍ନସ୍ ଲାବୁଶେନ୍ (୫୫*)ଙ୍କ ଦମଦାର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ତା'ର ସ୍ଥିତି ମଜଭୁତ୍ କରିନେଇଛି। ଆୟୋଜକ ଟିମ୍ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୩୧୨ ରନ୍ କରିଛି। ପାକିସ୍ତାନ ତା'ର ପ୍ରଥମ ଇନିଂସରେ ୨୪୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ଆଧାରରେ ଅଷ୍ଟ୍ରେଲିଆ ୭୨ ରନର ଅଗ୍ରଣୀ ହାସଲ କରିନେଇଛି।

ନିଜ କ୍ୟାରିୟରର ୨୨ତମ ଶତକ ମାରିଥିବା ଡେଭିଡ୍ ୱାର୍ଣ୍ଣର୍ ୨୬୫ ବଲର ସାମ୍ନା କରି ୧୦ ଚୌକା ମାରିଛନ୍ତି। ସେହିପରି ମାର୍ନସ୍ ୯୪ ବଲରେ ୬ ଚୌକା ମାରିଛନ୍ତି। ମାର୍ନସ୍ ଓ ୱାର୍ଣ୍ଣରଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୯୦ ରନର ଭାଗୀଦାରୀ ହୋଇଛି। ଅଷ୍ଟ୍ରେଲିଆର ଏକମାତ୍ର ୱିକେଟ୍ ପାଇଁ ଜୋ ବର୍ନସ ଆଉଟ୍ ହୋଇଛନ୍ତି। ବର୍ନସ୍ ଓ ୱାର୍ଣ୍ଣର୍ ଆରମ୍ଭରୁ ଦମଦାର ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କୁ ନିରାଶ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୨୨୨ ରନର ଦ୍ୱିଶତକୀୟ ପାର୍ଟନରଶିପ୍ କରିଥିଲେ।

ବର୍ନସ୍ ୯୭ (୧୬୬ ବଲ୍‌, ୧୦ ଚୌକା) ରନ୍ କରି ମାତ୍ର ତିନି ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ୟାସିର୍ ଶାହ କ୍ଲିନ୍ ବୋଲ୍ଡ କରିଥିଲେ। ଏହି ମ୍ୟାଚରେ ୱାର୍ଣ୍ଣର ଏକ ବଡ଼ ଜୀବନଦାନ ପାଇଥିଲେ। ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଥିବା ୧୬ ବର୍ଷୀୟ ପେସର ନସୀମ ଶାହଙ୍କ ବଲରେ ୱାର୍ଣ୍ଣର ବ୍ୟକ୍ତିଗତ ୫୬ ରନରେ ଆଉଟ୍ ହୋଇଥିଲେ। କିନ୍ତୁ ପରେ ରିପ୍ଲେରେ ଦେଖିବାକୁ ମିଳିଥିଲା ଏହା ଏକ ନୋ' ବଲ୍ ଥିଲା। ଏହାର ଫାଇଦା ଉଠାଇ ୱାର୍ଣ୍ଣର ଦମଦାର ଇନିଂସ୍ ଖେଳିଛନ୍ତି।

Related story