ୱେଷ୍ଟଇଣ୍ଡିଜ୍‌ ଦଳରେ ସାମିଲ ହେଲେ ୱାରିକାନ୍‌

ଦୁବାଇ: ୟୁଏଇରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ର ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ବାମହାତୀ ସ୍ପିନର ଜୋମେଲ ୱାରିକାନ୍‌। ଗତମାସରେ ଭାରତ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟରେ ମଧ୍ୟ ୧୪ ଜଣିଆ ଦଳରେ ୱାରିକାନ୍‌ ସାମିଲ ହୋଇଥିଲେ। ଅକ୍ଟୋବର ୧୩ରୁ ୟୁଏଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଗୋଲାପୀ ବଲରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୨୧ରେ ଶେଖ ଜିଆଦ୍‌ ଷ୍ଟାଡିୟମରେ ଦ୍ୱିତୀୟ […]

warrican

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 06:50 PM IST

ଦୁବାଇ: ୟୁଏଇରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ର ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ବାମହାତୀ ସ୍ପିନର ଜୋମେଲ ୱାରିକାନ୍‌।

ଗତମାସରେ ଭାରତ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟରେ ମଧ୍ୟ ୧୪ ଜଣିଆ ଦଳରେ ୱାରିକାନ୍‌ ସାମିଲ ହୋଇଥିଲେ।

ଅକ୍ଟୋବର ୧୩ରୁ ୟୁଏଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଗୋଲାପୀ ବଲରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୨୧ରେ ଶେଖ ଜିଆଦ୍‌ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଓ ଅକ୍ଟୋବର ୩୦ରେ ଦୁଇ ଦେଶ ମଧ୍ୟରେ ଶାରଜାହରେ ସିରିଜ୍‌ର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

Related story