ଗ୍ଲୋବାଲ୍ ଟି-୨୦ରେ ଗେଲ୍‌ଙ୍କ ବିସ୍ଫୋରକ ଶତକ

ନୂଆଦିଲ୍ଲୀ: ‘ୟୁନିଭର୍ସାଲ୍ ବସ୍’ କ୍ରିସ୍ ଗେଲ୍ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ, କ’ଣ ପାଇଁ ତାଙ୍କୁ ବିଶ୍ୱର ସବୁଠାରୁ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ କୁହାଯାଏ। କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ରେ ଭାଙ୍କୋଭର୍ ନାଇଟ୍ସ ପକ୍ଷରୁ ଖେଳୁଥିବା ଗେଲ୍ ମଣ୍ଟ୍ରିଲ୍ ଟାଇଗର୍ସ ବିପକ୍ଷ ମ୍ୟାଚରେ ମାତ୍ର ୫୪ ବଲରେ ୧୨୨ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। Celebrating his century like a boss! @henrygayle #GT2019 #MTvsVK pic.twitter.com/XT757Iu8P1 — GT20 Canada (@GT20Canada) July 30, 2019 […]

gayle

Ranjit Kumar Jena
  • Published: Tuesday, 30 July 2019
  • , Updated: 30 July 2019, 09:48 PM IST

ନୂଆଦିଲ୍ଲୀ: 'ୟୁନିଭର୍ସାଲ୍ ବସ୍' କ୍ରିସ୍ ଗେଲ୍ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ, କ'ଣ ପାଇଁ ତାଙ୍କୁ ବିଶ୍ୱର ସବୁଠାରୁ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ କୁହାଯାଏ। କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ରେ ଭାଙ୍କୋଭର୍ ନାଇଟ୍ସ ପକ୍ଷରୁ ଖେଳୁଥିବା ଗେଲ୍ ମଣ୍ଟ୍ରିଲ୍ ଟାଇଗର୍ସ ବିପକ୍ଷ ମ୍ୟାଚରେ ମାତ୍ର ୫୪ ବଲରେ ୧୨୨ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି।

ଗେଲ୍ ନିଜ ଇନିଂସ୍ ମଧ୍ୟରେ ୧୨ ଛକା ଏବଂ ୭ ଚୌକା ମାରିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସ୍ ବଳରେ ଭାଙ୍କୋଭର୍ ନାଇଟ୍ସ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା, ଯାହା ଟି-୨୦ କ୍ରିକେଟ୍ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର। ଏତେ ବଡ଼ ଲକ୍ଷ୍ୟ ଦେବା ସତ୍ତ୍ୱେ ଭାଙ୍କୋଭର୍ ଟିମ୍ ମ୍ୟାଚ୍ ଜିତିପାରିନଥିଲା। କାରଣ ଖରାପ ପାଗ କାରଣରୁ ଟାଇଗର୍ସ ଟିମକୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା ଏବଂ ମ୍ୟାଚ୍ ବାତିଲ ହୋଇଯାଇଥିଲା।

ଦୁଇ ଟିମକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହି ମ୍ୟାଚରେ ଗେଲ୍ ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହା ପରେ ତାଙ୍କୁ ଶତକ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୯ ବଲ୍ ଆବଶ୍ୟକ ହୋଇଥିଲା। ସେ ୪୭ ବଲରେ ଶତକ ମାରିଥିଲେ। ଗେଲଙ୍କ ବ୍ୟତୀତ ଭାନ୍ ଡର୍ ଡୁସେନ୍ ୨୫ ବଲରେ ୫୬ ରନର ଇନିଂସ୍ ଖେଳିଥିଲେ। ସେହିପରି ଟୋବିଆସ୍ ଭିସେ ୧୯ ବଲରେ ୧୧ ଚୌକା ଓ ୧ ଛକା ସହ ୫୧ ରନ୍ କରିଥିଲେ।

Related story