ଧୋନିଙ୍କୁ ନେଇ ଏମିତି କହିଲେ ପ୍ରସାଦ

ନୂଆଦିଲ୍ଲୀ: ଦିନକ ପୂର୍ବେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିବା ସୌରଭ ଗାଙ୍ଗୁଲି ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଗୁରୁବାର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କୁ ନେଇ ଭିନ୍ନ କଥା କହିଛନ୍ତି। ଧୋନିଙ୍କୁ ନେଇ ପ୍ରସାଦ କହିଛନ୍ତି, ବର୍ତ୍ତମାନ ଆମ ଆଗରେ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ। ବିଶ୍ୱକପ୍ ପରେ ଆମେ ସ୍ପଷ୍ଟ କରିଥିଲୁ ଯେ ଏବେ ଆମକୁ ଆଗକୁ ବଢ଼ିବାକୁ ପଡିବ। ଆମେ ଯୁବ […]

msk

msk

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 08:29 PM IST

Sports

Latest News

ନୂଆଦିଲ୍ଲୀ: ଦିନକ ପୂର୍ବେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିବା ସୌରଭ ଗାଙ୍ଗୁଲି ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଗୁରୁବାର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କୁ ନେଇ ଭିନ୍ନ କଥା କହିଛନ୍ତି। ଧୋନିଙ୍କୁ ନେଇ ପ୍ରସାଦ କହିଛନ୍ତି, ବର୍ତ୍ତମାନ ଆମ ଆଗରେ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ। ବିଶ୍ୱକପ୍ ପରେ ଆମେ ସ୍ପଷ୍ଟ କରିଥିଲୁ ଯେ ଏବେ ଆମକୁ ଆଗକୁ ବଢ଼ିବାକୁ ପଡିବ। ଆମେ ଯୁବ ଖେଳାଳି (ରିଷଭ ପନ୍ତ)ଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଛୁ। ପନ୍ତ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସଞ୍ଜୁ ସାମସନ୍ ଟିମକୁ ଫେରିଛନ୍ତି। ଧୋନିଙ୍କ ସହ ଆମର ଆଲୋଚନା କରିଛୁ ଏବଂ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସପକ୍ଷରେ ସେ ଆମ ସହ ସହମହ ହୋଇଛନ୍ତି।

ପନ୍ତଙ୍କୁ ସମର୍ଥନ କରି ପ୍ରସାଦ କହିଛନ୍ତି, ବିଶ୍ୱକପ୍ ପରେପନ୍ତଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ନେଇ ଆମେ ଯେଉଁ ଯୋଜନା କରିଥିଲୁ, ସେଥିରେ ସଫଳ ହୋଇଛୁ। ପନ୍ତ ମଧ୍ୟ ଧୀରେ ଧୀରେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଗତ କିଛି ମ୍ୟାଚରେ ସେ ଅନୁରୂପ ପ୍ରଦର୍ଶନ କରିପାରୁନାହାନ୍ତି, କିନ୍ତୁ ଆମକୁ ତାଙ୍କ ଉପରେ ଭରସା ଦେଖାଇବାକୁ ପଡ଼ିବ।

ଧୋନିଙ୍କ ଭବିଷ୍ୟତକୁ ନେଇ ପ୍ରସାଦ କହିଛନ୍ତି, ଧୋନି ନିଜେ ହିଁ ତାଙ୍କ ନିଷ୍ପତ୍ତି ନେବେ। ଘରୋଇ କ୍ରିକେଟରେ ଖେଳିବା କିମ୍ବା ଲୟ ହାସଲ କରିବା କିମ୍ବା ସନ୍ନ୍ୟାସ ଉପରେ ବିଚାର କରିବା, ଏ ସବୁ କିଛି ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ତେଣୁ ଧୋନି ଯାହା ଚାହିଁବେ କରିପାରିବେ। ତେଣୁ ତାଙ୍କ ମାମଲାରେ ଆମେ କୌଣସି ହସ୍ତକ୍ଷେପ କରିବାକୁ ଚାହୁଁନୁ।

ଭାରତୀୟ ଦଳରେ ପ୍ରଥମଥର ପାଇଁ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି। ଏ ନେଇ ପ୍ରସାଦ କହିଛନ୍ତି, ଆମ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ। ଏହା ପରେ ଆମେ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଲୁ। ଏବେ ଦୁବେଙ୍କୁ ସୁଯୋଗ ଦେଇଛୁ। ତାଙ୍କ (ଦୁବେ)ଙ୍କ ସପକ୍ଷରେ ସମସ୍ତେ ହଁ ଭରିଥିଲେ। କାରଣ ଘରୋଇ କ୍ରିକେଟରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରନ୍ତି। ଜାତୀୟ ଦଳରେ ସେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ଆମେ ଆଶାବାଦୀ ଅଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos