ୱିମ୍ବଲଡନ: ଭଉଣୀ ଭେନସଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ସେରେନା

ଲଣ୍ଡନ: ବଡ ଭଉଣୀ ଭେନସ ୱିଲିୟମ୍ସଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସେରେନା ୱିଲିୟମ୍ସ। ସୋମବାର ଭେନସଙ୍କୁ ୬-୪,୬-୩ ସେଟରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ସେରେନା। ଏହାସହିତ ଷଷ୍ଠ ୱିମ୍ବଲଡନ ଟାଇଟଲ ହାସଲ କରିବା ପାଇଁ ଆଉ ଏକ ପାଦ ଆଗକୁ ବଢିଛନ୍ତି ସେରେନା। ଏହି ମ୍ୟାଚ ଜିତିବାକୁ ସେ ମାତ୍ର ୬୭ ମିନିଟ ସମୟ ନେଇଥିଲେ। ସେମିଫାଇନାଲରେ ସେରେନାଙ୍କ ମୁକାବିଲା ଭିକ୍ଟୋରିଆ ଆଜାରେଙ୍କା ଅବା ବେଲିଣ୍ଡା ବେନସିକଙ୍କ ସହିତ ହେବ। ସୂଚନାଯୋଗ୍ୟ, […]

serena-williams-and-venus-williams-2015-wimbledon

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 05:09 PM IST

ଲଣ୍ଡନ: ବଡ ଭଉଣୀ ଭେନସ ୱିଲିୟମ୍ସଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସେରେନା ୱିଲିୟମ୍ସ। ସୋମବାର ଭେନସଙ୍କୁ ୬-୪,୬-୩ ସେଟରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ସେରେନା। ଏହାସହିତ ଷଷ୍ଠ ୱିମ୍ବଲଡନ ଟାଇଟଲ ହାସଲ କରିବା ପାଇଁ ଆଉ ଏକ ପାଦ ଆଗକୁ ବଢିଛନ୍ତି ସେରେନା। ଏହି ମ୍ୟାଚ ଜିତିବାକୁ ସେ ମାତ୍ର ୬୭ ମିନିଟ ସମୟ ନେଇଥିଲେ। ସେମିଫାଇନାଲରେ ସେରେନାଙ୍କ ମୁକାବିଲା ଭିକ୍ଟୋରିଆ ଆଜାରେଙ୍କା ଅବା ବେଲିଣ୍ଡା ବେନସିକଙ୍କ ସହିତ ହେବ।

ସୂଚନାଯୋଗ୍ୟ, ଏଯାବତ୍ ସେରେନା ଓ ଭେନସଙ୍କ ମଧ୍ୟରେ ୨୬ ଥର ମୁକାବିଲ ହୋଇଛି। ଆଉ ଏଥିରେ ସେରେନା ସର୍ବାଧିକ ୧୪ଟି ମ୍ୟାଚ ଜିତିଛନ୍ତି। ଏହି ଦୁଇ ଭଉଣୀ ୫ଟି ଲେଖାଏଁ ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି। ଉଭୟ ମିଳିତ ଭାବେ ୨୭ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି।

Related story