ଶତାବ୍ଦୀର ସବୁଠାରୁ ବଡ଼ ନୋ-ବଲ୍‌ ପକାଇଲେ ଏହି ଖେଳାଳି: ଏକାଥରେ ଦ୍ୱିତୀୟ ସ୍ଲିପ୍‌ରେ ପହଞ୍ଚିଲା ବଲ୍

ନୂଆଦିଲ୍ଲୀ: କ୍ରିକେଟ୍‌ରେ ବୋଲର ନୋ-ବଲ୍‌ କିମ୍ବା ୱାଇଡ ପକାଇବା କିଛି ବଡ଼କଥା ନୁହେଁ। କିନ୍ତୁ ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଜଣେ ଅନ୍ତର୍ଜାତୀୟ କ୍ରିକେଟର୍‌ ଆଜି ଏମିତି ଏକ ନୋ-ବଲ୍‌ ପକାଇଛନ୍ତି ଯେ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ୱେଷ୍ଟଇଣ୍ଡିଜ୍‌ ପେସ୍‌ ବୋଲର୍‌ ସେଲ୍‌ଡନ୍‌ କୋଟ୍ଟୋରେଲ୍‌, କ୍ରିକେଟ୍‌ ଇତିହାସର ସବୁଠାରୁ ବିପଦଜ୍ଜନକ ତଥା ବଡ଼ ନୋ-ବଲ୍‌ ପକାଇଛନ୍ତି। ୱାର୍ଣ୍ଣର ପାର୍କଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ବେଳେ ଏହି ଘଟଣା ଘଟିଥିଲା। ବାଂଲାଦେଶର ଜଣେ ବ୍ୟାଟସ୍‌ମ୍ୟାନ୍‌ […]

bo42slig_sheldon-cottrell-afp_625x300_01_August_18

Rakesh Mallick
  • Published: Wednesday, 01 August 2018
  • , Updated: 01 August 2018, 06:32 PM IST

ନୂଆଦିଲ୍ଲୀ: କ୍ରିକେଟ୍‌ରେ ବୋଲର ନୋ-ବଲ୍‌ କିମ୍ବା ୱାଇଡ ପକାଇବା କିଛି ବଡ଼କଥା ନୁହେଁ। କିନ୍ତୁ ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଜଣେ ଅନ୍ତର୍ଜାତୀୟ କ୍ରିକେଟର୍‌ ଆଜି ଏମିତି ଏକ ନୋ-ବଲ୍‌ ପକାଇଛନ୍ତି ଯେ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ୱେଷ୍ଟଇଣ୍ଡିଜ୍‌ ପେସ୍‌ ବୋଲର୍‌ ସେଲ୍‌ଡନ୍‌ କୋଟ୍ଟୋରେଲ୍‌, କ୍ରିକେଟ୍‌ ଇତିହାସର ସବୁଠାରୁ ବିପଦଜ୍ଜନକ ତଥା ବଡ଼ ନୋ-ବଲ୍‌ ପକାଇଛନ୍ତି।

ୱାର୍ଣ୍ଣର ପାର୍କଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ବେଳେ ଏହି ଘଟଣା ଘଟିଥିଲା। ବାଂଲାଦେଶର ଜଣେ ବ୍ୟାଟସ୍‌ମ୍ୟାନ୍‌ ବ୍ୟାଟିଂ କରୁଥିବା ବେଳେ, ସେଲ୍‌ଡନ୍‌ ବୋଲିଂ କରିବାକୁ ଆସିଥିଲେ। ରନ୍‌-ଅପ୍‌ ସମୟରେ ଠିକ୍‌ ଠାକ୍‌ ଥିବା ସେଲ୍‌ଡନ୍‌ ବୋଲିଂ କରିଥିବା ବଲ୍‌ଟି ବ୍ୟାଟସ୍‌ମ୍ୟାନ୍‌ଙ୍କ ବଦଳରେ, ସିଧା ଦ୍ୱିତୀୟ ସ୍ଲିପ୍‌ରେ ଜଗିଥିବା ଖେଳାଳିଙ୍କ ପାଖରେ ପହଞ୍ଚିଥିଲା।

ଏଭଳି ବିପଦଜ୍ଜନକ ବୋଲିଂ ପାଇଁ ଅମ୍ପାୟାର ଏହାକୁ ନୋ-ବଲ୍‌ ଘୋଷଣା କରିଥିଲେ।

ସେଲ୍‌ଡନ୍‌ଙ୍କର ଏଭଳି ବୋଲିଂକୁ ଶତାବ୍ଦୀର ସବୁଠାରୁ ବଡ଼ ନୋ-ବଲ୍‌ ବୋଲି କୁହାଯାଉଛି। ଏହି ଘଟଣା ପରେ ସେଲ୍‌ଡନ୍‌ ସାଥୀ ଖେଳାଳିଙ୍କୁ କ୍ଷମା ମାଗି ପୁଣି ବୋଲିଂ କରିଥିଲେ। ଏହି ମ୍ୟାଚ୍‌ରେ ସେଲଡନ୍‌ ୯ ଓଭର ବୋଲିଂ କରି ୫୯ ରନ୍‌ ଦେବା ସହ ଗୋଟିଏ ୱିକେଟ୍‌ ପାଇଥିଲେ।

Related story