ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍ ଜିତି ଲୋକଙ୍କ ଧାରଣା ବଦଳାଇବୁ: ଜାଡ଼େଜା

ବାସେଟେରେ (ୱେଷ୍ଟଇଣ୍ଡିଜ୍‌): ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍ ଜିତି ବିଦେଶରେ ଭାରତୀୟ ଟିମ୍ ମ୍ୟାଚ୍ ଜିତି ପାରେ ନାହିଁ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି, ତାହାକୁ ବଦଳାଇବାକୁ ପଡ଼ିବ ବୋଲି କହିଛନ୍ତି ବାମହାତୀ ସ୍ପିନର ରବୀନ୍ଦ୍ର ଜାଡ଼େଜା। ସେ କହିଛନ୍ତି,“ବର୍ତ୍ତମାନ ସମସ୍ତେ ଦେଖୁଛନ୍ତି ଘରୋଇ ମାଟି ଅପେକ୍ଷା ବିଦେଶ ମାଟିରେ କିଏ କେତେ ମ୍ୟାଚ୍‌ ଜିତି ପାରୁଛି। ତେଣୁ ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ଜିତିବାକୁ ଚେଷ୍ଟା କରିବୁ।” ଜାଡ଼େଜା କହିଛନ୍ତି,“ସମସ୍ତେ କହୁଛନ୍ତି ଆମେ […]

Ravindra Jadeja

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 10:07 PM IST

ବାସେଟେରେ (ୱେଷ୍ଟଇଣ୍ଡିଜ୍‌): ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍ ଜିତି ବିଦେଶରେ ଭାରତୀୟ ଟିମ୍ ମ୍ୟାଚ୍ ଜିତି ପାରେ ନାହିଁ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି, ତାହାକୁ ବଦଳାଇବାକୁ ପଡ଼ିବ ବୋଲି କହିଛନ୍ତି ବାମହାତୀ ସ୍ପିନର ରବୀନ୍ଦ୍ର ଜାଡ଼େଜା।

ସେ କହିଛନ୍ତି,“ବର୍ତ୍ତମାନ ସମସ୍ତେ ଦେଖୁଛନ୍ତି ଘରୋଇ ମାଟି ଅପେକ୍ଷା ବିଦେଶ ମାଟିରେ କିଏ କେତେ ମ୍ୟାଚ୍‌ ଜିତି ପାରୁଛି। ତେଣୁ ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ଜିତିବାକୁ ଚେଷ୍ଟା କରିବୁ।”

ଜାଡ଼େଜା କହିଛନ୍ତି,“ସମସ୍ତେ କହୁଛନ୍ତି ଆମେ ଭାରତରେ ସହଜରେ ମ୍ୟାଚ୍ ଜିତି ଯାଉ। କିନ୍ତୁ ବିଦେଶ ମାଟିରେ ଆମେ ସେଭଳି ବିଜୟ ହାସଲ କରିପାରୁ ନାହିଁ। ଲୋକଙ୍କ ମଧ୍ୟରେ ଥିବା ଏହି ଧାରଣାକୁ ଆମେ ବଦଳାଇବାକୁ ଚାହୁଁ। ଆମେ ଏକ ଯୁବ ଟିମ୍। ତେଣୁ ଦଳର ପ୍ରତ୍ୟେକ ସଦସ୍ୟ ବିଦେଶରେ ମ୍ୟାଚ୍ ଜିତିବାକୁ ଚାହୁଁଛନ୍ତି। ଟିମ୍‌ର ସମସ୍ତ ସଦସ୍ୟଙ୍କ ଫିଟ୍‌ନେସ୍ ଭଲ ଅଛି। ଆମେ ଭଲ ପ୍ରସ୍ତୁତି ମଧ୍ୟ କରିଛୁ। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ଜିତିବାକୁ ଆମେ ଲକ୍ଷ୍ୟ ରଖିଛୁ।”

ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଟିମ୍ ଘରୋଇ ଦଳ ସହିତ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଜୁଲାଇ ୨୧ତାରିଖରୁ ଆଣ୍ଟିଗୁଆରେ ଖେଳା ଯିବ। ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଜୁଲାଇ ୩୦ରୁ କିଙ୍ଗଷ୍ଟନ୍‌ରେ, ତୃତୀୟ ଟେଷ୍ଟ୍‌ ମ୍ୟାଚ୍ ଅଗଷ୍ଟ ୯ରେ ଗ୍ରୋସ୍ ଆଇସ୍‌ଲେଟ୍‌ରେ ଓ ଚତୁର୍ଥ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ ପୋର୍ଟ ଅଫ୍ ସ୍ପେନ୍‌ରେ ଅଗଷ୍ଟ ୧୮ରୁ ଖେଳାଯିବ।

Related story