ଭାରତ ବିପକ୍ଷ ଦିନିକିଆ ସିରିଜ୍ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ଘୋଷିତ

ସେଣ୍ଟ ଜନ୍ସ: ଆସନ୍ତାମାସରେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ୱେଷ୍ଟଇଣ୍ଡିଜ୍ ମହିଳା ଟିମର ଘୋଷଣା କରାଯାଇଛି। ଟିମରେ ଶେମେନ୍ କ୍ୟାମ୍ପବେଲ୍ ଓ ଚେଡିନ୍ ନେଶନଙ୍କୁ ସାମିଲ୍ କରାଯାଇଛି। ଏହି ଦୁଇ କ୍ରିକେଟର୍ ଜୁନରେ ଇଂଲଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲେ। କିନ୍ତୁ ଦୁହେଁ ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଓହରି ଯାଇଥିଲେ। ଦଳରେ ଦୁଇ ନୂଆ ମୁହଁ ଭାବେ ପେସ୍ ବୋଲର ଶାନିଶା ହେକ୍ଟର ଏବଂ ଅଲରାଉଣ୍ଡର ଆଲିୟା ଆଲେନଙ୍କୁ […]

wi

wi

Ranjit Kumar Jena
  • Published: Sunday, 27 October 2019
  • Updated: 27 October 2019, 04:32 PM IST

Sports

Latest News

ସେଣ୍ଟ ଜନ୍ସ: ଆସନ୍ତାମାସରେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ୱେଷ୍ଟଇଣ୍ଡିଜ୍ ମହିଳା ଟିମର ଘୋଷଣା କରାଯାଇଛି। ଟିମରେ ଶେମେନ୍ କ୍ୟାମ୍ପବେଲ୍ ଓ ଚେଡିନ୍ ନେଶନଙ୍କୁ ସାମିଲ୍ କରାଯାଇଛି। ଏହି ଦୁଇ କ୍ରିକେଟର୍ ଜୁନରେ ଇଂଲଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲେ। କିନ୍ତୁ ଦୁହେଁ ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଓହରି ଯାଇଥିଲେ।

ଦଳରେ ଦୁଇ ନୂଆ ମୁହଁ ଭାବେ ପେସ୍ ବୋଲର ଶାନିଶା ହେକ୍ଟର ଏବଂ ଅଲରାଉଣ୍ଡର ଆଲିୟା ଆଲେନଙ୍କୁ ସାମିଲ୍ କରାଯାଇଛି। ଏହି ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିଛି। ଟିମର ନେତୃତ୍ୱ ଭାର ନେବେ ଷ୍ଟେଫାନୀ ଟେଲର୍। ତେବେ ଡିଏଣ୍ଡ୍ରା ଡଟ୍ଟିନ୍ ଆହତ କାରଣରୁ ଭାରତ ଗସ୍ତରୁ ବାଦ୍ ପଡ଼ିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧ ତାରିଖରେ ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବ। ଏହା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଏହି ଭେନ୍ୟୁରେ ଖେଳାଯିବ।

ୱେଷ୍ଟଇଣ୍ଡିଜ୍ ସ୍କ୍ୱାଡ୍‌: ଷ୍ଟେଫାନୀ ଟେଲର୍ (କ୍ୟାପଟେନ୍‌), ଅନିସା ମହମ୍ମଦ, ଆଲିୟା ଆଲେନ୍‌, ଆଫି ଫ୍ଲେଚର୍‌, ବ୍ରିଟନୀ କୁପର୍‌, ଚେଡିନ୍ ନେଶନ୍‌, ଚିନେଲ୍ ହେନରୀ, ଷ୍ଟାକି-ଆନ୍ କିଙ୍ଗ୍‌, କାଇଶୋନା ନାଇଟ୍‌, ନତାଶା ମ୍ୟାକଲିନ୍‌, ଶାବିକା ଗଜନବି, ଶାନିଶା ହେକ୍ଟର୍‌, ଶେମେନ୍ କ୍ୟାମ୍ପବେଲ୍‌, ଶେନେଟା ଗ୍ରିମଣ୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos