ତ୍ରିନିଦାଦ୍ରେ ଆଜି ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ଭେଟିବାକୁ ଯାଉଛି। ଚାମ୍ପିୟନ୍ସଟ୍ରଫି ଫାଇନାଲରେ ହାରିବା ପରେ ୱେଷ୍ଟଇଣ୍ଡିଜ୍ ସହ ୫ଟି ଦିନିକିଆ ଓ ଗୋଟିଏ ଟୋଣ୍ଟି ଟୋଣ୍ଟି ଖେଳିବାକୁ ଯାଉଛି । ପାକିସ୍ତାନ ଠାରୁ ହାରିବା ଦୁଖଃ ଭୁଲି ଏକ ନୂଆ ରଣକୌଶଳ ସହ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ।
ଅନ୍ୟପଟେ ସବୁଠୁ ବଡ ଚ୍ୟାଲେଞ୍ଜ ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। କାରଣ ଚାମ୍ପିୟନ୍ସ ଟ୍ରଫିରେ ଯେଉଁଭଳି ଲଜ୍ଜାଜନକ ପରାଜୟ ମିଳିଳା ଏହା ନିଶ୍ଚିତ ଭାବେ ଦେଶକୁ ନିରାଶ କରିଛି। ଏହାସହ କୋହଲି ଓ କୁମ୍ବଲେଙ୍କ ମଧ୍ୟରେ ମତାନ୍ତର ଯୋଗୁଁ କୁମ୍ବଲେ କୋଚ୍ ପଦ ଛାଡିଲେ। ଶେଷରେ ବିନା କୋଚ୍ରେ ଟିମ୍ ଇଣ୍ଡିଆ ଏତ ବଡ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଯିବା ଘଟଣା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଏହିସବୁ ଘଟଣାକୁ ନେଇ ଏବେ କୋହଲିଙ୍କ ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଯାଇଛି। ପୂର୍ବତନ କ୍ରିକେଟର ମଧ୍ୟ କୋହଲିଙ୍କ ଉପରେ ଅଙ୍ଗୁଳି ଉଠେଛନ୍ତି।
ଯଦି ଏହି ସିରିଜରେ ଟିମ୍ ଇଣ୍ଡିଆ ଉନ୍ନତମାନର ପ୍ରଦର୍ଶନ କରୁଛି ତେବେ କୋହଲିଙ୍କ ଉପରେ ଯେଉଁ ଅଭିଯୋଗ ଉଠିଛି ତାହ କମ ହୋଇଯିବ, ନଚେତ କୋହଲିଙ୍କ ପାଇଁ ଆଗାମୀ ଦିନ ସହଜ ରହିବ ନାହିଁ । ଯାହା କୁହାଯାଉଛି ଯଦି କୋହଲିଙ୍କ ଅଧିନାୟିକତ୍ୱରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ନ ରୁହେ ତେବେ ପୁଣିଥରେ ଧୋନୀଙ୍କୁ ଅଧିନାୟକ କରିବା ପାଇଁ ବିସିସିଆଇ ଚିନ୍ତା କରିପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।