IPL-11: ଜାଣନ୍ତୁ କେଉଁ ୪ଟି ଟିମ୍‌ ମଧ୍ୟରେ ପ୍ଲେ-ଅଫ୍‌ ପାଇଁ ହେବ ଜୋରଦାର ଟକ୍କର

ଆଇପିଏଲ୍‌ ଆସିଲେ ଦେଶରେ ଏକ ପ୍ରକାର କ୍ରିକେଟ୍‌ ଫିଭର୍ ଦେଖିବାକୁ ମିଳିଥାଏ। ଗାଁ ଠୁ ସହର ସବୁଠି କ୍ରିକେଟ୍‌ର କ୍ରେଜ୍‌। ଏହି ଫଟାଫଟ୍‌ କ୍ରିକେଟ୍‌, ଛକା ଚୌକାର ବର୍ଷାରେ କ୍ରୀଡ଼ାପ୍ରମୀ ଦର୍ଶକଙ୍କୁ ମନରଞ୍ଜନର ଭର୍‌ପୁର ଖୋରାକ ଯୋଗାଇଥାଏ। ଏହାରି ଭିତରେ ଚଳିତ ଆଇପିଏଲର ୪୧ଟି ମ୍ୟାଚ୍‌ ଖେଳାଯାଇସାରିଛି। ହେଲେ ଏପର୍ଯ୍ୟନ୍ତ କିଏ ପ୍ଲେଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇନାହିଁ। ଏବେ ସୁଦ୍ଧା ଗ୍ରୁପ୍‌ର ଟପ୍‌ରେ ଥିବା ହାଇଦ୍ରାବାଦ ୧୬ଅଙ୍କ ସହ ପ୍ଲେଅଫ୍‌ ଦାବିଦାର ଲିଷ୍ଟରେ ପ୍ରଥମେ ରହିଛି। […]

noname-9

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 05:44 PM IST

ଆଇପିଏଲ୍‌ ଆସିଲେ ଦେଶରେ ଏକ ପ୍ରକାର କ୍ରିକେଟ୍‌ ଫିଭର୍ ଦେଖିବାକୁ ମିଳିଥାଏ। ଗାଁ ଠୁ ସହର ସବୁଠି କ୍ରିକେଟ୍‌ର କ୍ରେଜ୍‌। ଏହି ଫଟାଫଟ୍‌ କ୍ରିକେଟ୍‌, ଛକା ଚୌକାର ବର୍ଷାରେ କ୍ରୀଡ଼ାପ୍ରମୀ ଦର୍ଶକଙ୍କୁ ମନରଞ୍ଜନର ଭର୍‌ପୁର ଖୋରାକ ଯୋଗାଇଥାଏ। ଏହାରି ଭିତରେ ଚଳିତ ଆଇପିଏଲର ୪୧ଟି ମ୍ୟାଚ୍‌ ଖେଳାଯାଇସାରିଛି। ହେଲେ ଏପର୍ଯ୍ୟନ୍ତ କିଏ ପ୍ଲେଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇନାହିଁ। ଏବେ ସୁଦ୍ଧା ଗ୍ରୁପ୍‌ର ଟପ୍‌ରେ ଥିବା ହାଇଦ୍ରାବାଦ ୧୬ଅଙ୍କ ସହ ପ୍ଲେଅଫ୍‌ ଦାବିଦାର ଲିଷ୍ଟରେ ପ୍ରଥମେ ରହିଛି। ଏହା ତଳକୁ ସିଏସ୍‌କେ ୧୪ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦୁଇଟି ଟିମ୍‌ ପ୍ଲେଅଫ୍‌ ଖେଳିବା ନିଶ୍ଚତ ଥିବା ବେଳେ ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ଲେଅଫ୍‌ ଖେଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହାଇଦ୍ରାବାଦ ଓ ଚେନ୍ନାଇ ବ୍ୟତୀତ ପ୍ଲେ ଅଫ୍‌ ରେସ୍‌ରେ ଏବେ ପଞ୍ଜାବ, ମୁମ୍ବାଇ କେକେଆର୍‌ ଓ ରାଜସ୍ଥାନ ରହିଛି। ପଞ୍ଜାବ ୧୦ଟି ମ୍ୟାଚରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଓ କେକେଆର୍‌ ୧୧ଟି ମ୍ୟାଚ୍‌ରୁ ୫ଟି ଲେଖାଏଁ ମ୍ୟାଚ୍ ଜିତି ୧୦ ଅଙ୍କ ସହ ତାଲିକାରେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ପ୍ଲେଅଫ୍‌ ରେସ୍‌ରେ ଏବେବି ଅଛି। ରାଜସ୍ଥାନ ୧୦ଟି ମ୍ୟାଚ୍‌ରୁ ୪ଟିରେ ଜିତି ୮ ଅଙ୍କ ସହ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ତେଣୁ ପଞ୍ଜାବ,ମୁମ୍ବାଇ, କୋଲକାତା ଓ ରାଜସ୍ଥାନ ମଧ୍ୟରୁ କେଉଁ ଦୁଇ ଟିମ୍‌ ପ୍ଲେଅଫ୍‌କୁ ଯିବେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

Related story