୧୯୭୫ରୁ ୨୦୧୫: କେଉଁ ଦଳ ସବୁ ବିଶ୍ୱକପ ଜିତିଛନ୍ତି କେତେଥର

ଲଣ୍ଡନ: ଦୀର୍ଘ ୪୪ ବର୍ଷ ପରେ ଆସନ୍ତାକାଲି ସମଗ୍ର ବିଶ୍ୱ କ୍ରିକେଟର ନୂଆ ବିଶ୍ୱ ବିଜେତାକୁ ପାଇବ। କାରଣ ୨୦୧୯ ବିଶ୍ୱକପ୍‌ରେ ଯେଉଁ ଦୁଇ ଦଳ ଫାଇନାଲରେ ପହଞ୍ଚିଛନ୍ତି, ସେମାନେ ଆଗରୁ କେବେ ହେଲେ ବିଶ୍ୱକପ୍‌ ଜିତି ନାହାନ୍ତି। ଯିଏ ବି ଆସନ୍ତାକାଲି ବିଶ୍ୱକପ୍‌ ଜିତିବ, ସେ ପ୍ରଥମ ଥର ଚାମ୍ପିୟନ ହେବ। ଚଳିତ ବିଶ୍ୱକପ୍‌ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଛି। ଆୟୋଜକ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି। ୧୯୯୨ରେ ଦଳ […]

f

f

Hemant Lenka
  • Published: Saturday, 13 July 2019
  • Updated: 13 July 2019, 04:17 PM IST

Sports

Latest News

ଲଣ୍ଡନ: ଦୀର୍ଘ ୪୪ ବର୍ଷ ପରେ ଆସନ୍ତାକାଲି ସମଗ୍ର ବିଶ୍ୱ କ୍ରିକେଟର ନୂଆ ବିଶ୍ୱ ବିଜେତାକୁ ପାଇବ। କାରଣ ୨୦୧୯ ବିଶ୍ୱକପ୍‌ରେ ଯେଉଁ ଦୁଇ ଦଳ ଫାଇନାଲରେ ପହଞ୍ଚିଛନ୍ତି, ସେମାନେ ଆଗରୁ କେବେ ହେଲେ ବିଶ୍ୱକପ୍‌ ଜିତି ନାହାନ୍ତି। ଯିଏ ବି ଆସନ୍ତାକାଲି ବିଶ୍ୱକପ୍‌ ଜିତିବ, ସେ ପ୍ରଥମ ଥର ଚାମ୍ପିୟନ ହେବ।

ଚଳିତ ବିଶ୍ୱକପ୍‌ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଛି। ଆୟୋଜକ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି। ୧୯୯୨ରେ ଦଳ ଶେଷଥର ପାଇଁ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ପାକିସ୍ତାନ ଠାରୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳୁଛି।

୨୦୧୫ରେ ଦଳ ଫାଇନାଲ୍‌କୁ ଯାଇଥିଲେ ହେଁ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏଥର ଦୁଇଟି ଯାକ ଦଳ ଇତିହାସରେ ନିଜ ଦେଶର ନାଁ ଲେଖିବାକୁ ଉଦ୍ୟମ କରିବେ।

ତେବେ ଆସନ୍ତୁ ଜାଣିବା, ୧୯୭୫ରୁ ୨୦୧୫ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‌ରେ କେଉଁ ଦଳ ବାଜିମାତ କରିଥିଲେ:

୧୯୭୫-ୱେଷ୍ଟଇଣ୍ଡିଜ, ୧୯୭୯-ୱେଷ୍ଟଇଣ୍ଡିଜ, ୧୯୮୩-ଭାରତ, ୧୯୮୭-ଅଷ୍ଟ୍ରେଲିଆ, ୧୯୯୨-ପାକିସ୍ତାନ, ୧୯୯୬-ଶ୍ରୀଲଙ୍କା, ୧୯୯୯-ଅଷ୍ଟ୍ରେଲିଆ, ୨୦୦୩-ଅଷ୍ଟ୍ରେଲିଆ, ୨୦୦୭-ଅଷ୍ଟ୍ରେଲିଆ, ୨୦୧୧-ଭାରତ ଓ ୨୦୧୫- ଅଷ୍ଟ୍ରେଲିଆ ବିଜୟୀ ହୋଇଛନ୍ତି।

ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ବଡ଼ ଟିମ୍‌ ଆଜି ଯାଏ ବିଶ୍ୱକପ୍‌ ଜିତି ନାହାନ୍ତି। ହେଲେ ରବିବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିବା ସୁନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos