କେକେଆର୍‌ ଟିମ୍‌ର ନେତୃତ୍ୱ କିଏ ନେବେ: ଗାଙ୍ଗୁଲିଙ୍କ ପସନ୍ଦ ଏହି ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କର ଅଧିନାୟକ କିଏ ହେବ ଘୋଷଣା କରିସାରିଲେଣି। କିନ୍ତୁ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍ ଏପର୍ଯ୍ୟନ୍ତ କାହା ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ତାହା ସ୍ଥିର କରିନି। କେକେଆର୍‌ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ମତରେ ଦଳର ଅଧିନାୟକ ରବିନ ଉଥପ୍ପା ହିଁ ହେବା ଦରକାର। ଏହାସହ ଦିନେଶ କାର୍ତ୍ତିକ ମଧ୍ୟ ଦଳର ନେତୃତ୍ୱ ରେସରେ ଅଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି। ଏପର୍ଯ୍ୟନ୍ତ ଗମ୍ଭୀର କେକେଆର୍‌ ଟିମ୍‌ର […]

Sourav-Ganguly4

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 01:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କର ଅଧିନାୟକ କିଏ ହେବ ଘୋଷଣା କରିସାରିଲେଣି। କିନ୍ତୁ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍ ଏପର୍ଯ୍ୟନ୍ତ କାହା ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ତାହା ସ୍ଥିର କରିନି। କେକେଆର୍‌ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ମତରେ ଦଳର ଅଧିନାୟକ ରବିନ ଉଥପ୍ପା ହିଁ ହେବା ଦରକାର। ଏହାସହ ଦିନେଶ କାର୍ତ୍ତିକ ମଧ୍ୟ ଦଳର ନେତୃତ୍ୱ ରେସରେ ଅଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

ଏପର୍ଯ୍ୟନ୍ତ ଗମ୍ଭୀର କେକେଆର୍‌ ଟିମ୍‌ର ଅଧିନାୟକ ଥିଲେ। କିନ୍ତୁ ଚଳିତ ନିଲାମୀରେ ଗମ୍ଭୀରଙ୍କୁ କୋଲକାତା କିଣିନଥିବାରୁ ସେ ଦିଲ୍ଲୀ ଦଳରେ ସାମିଲ ହୋଇଛନ୍ତି। ତେଣୁ କୋଲକାତା ଏଥର ନୂଆ ଅଧିନାୟକ ନେତୃତ୍ୱରେ ଆଇପିଏଲକୁ ଓହ୍ଲାଇବ। ଅନ୍ୟପଟେ ଉଥପ୍ପା କହିଛନ୍ତି, ଯଦି ତାଙ୍କୁ ଦଳର ନେତୃତ୍ୱ ନେବାକୁ କୁହାଯାଏ ତେବେ ସେ ଖୁସି ଜାହିର କରିବା ସହ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ। ଉଥାପାଙ୍କୁ କୋଲକାତା ୬.୪୦ କୋଟିରେ କିଣିଛି। ଦିନେଶ କାର୍ତ୍ତିକଙ୍କୁ ୭.୪୦ କୋଟିରେ କୋଲକାତା ନିଜ ଦଳରେ ସାମିଲ କରିଛି। ସେହିପରି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲେନ୍‌ ମଧ୍ୟ ଅଧିନାୟକ ରେସରେ ସବୁଠୁ ଆଗରେ ଅଛନ୍ତି। ଲେନ୍‌ଙ୍କୁ କୋଲକାତା ୯.୬୦ କୋଟି ଟଙ୍କାରେ କିଣିଛି।  

Related story