ଇଂଲଣ୍ଡ ନା ନ୍ୟୁଜିଲ୍ୟାଣ୍ଡ, କିଏ ଜିତିବ ବିଶ୍ୱକପ୍‌

ଲର୍ଡସ: ୨୦୧୯ ବିଶ୍ୱକପ୍‌ କିଏ ଜିତିବ, ତା’କୁ ନେଇ ରହିଥିବା କଳ୍ପନାଜଳ୍ପନାରେ ଆସନ୍ତାକାଲି ପୂର୍ଣ୍ଣଚ୍ଛେଦ ପଡ଼ିବ। କାରଣ ଆସନ୍ତାକାଲି ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ୨୦୧୯ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୨୦୧୫ ବିଶ୍ୱକପ୍‌ର ଉପ ବିଜେତା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡ କିମ୍ବା ଇଂଲଣ୍ଡ, ଯିଏ ବି ଜିତିବ, ସିଏ ପ୍ରଥମଥର ପାଇଁ ବିଶ୍ୱକପ ଜିତିବ। ଏହି ଦୁଇ ଦଳ ବିଶ୍ୱକପର ୪୪ ବର୍ଷ ଇତିହାସରେ କେବେ ହେଲେ […]

e3

e3

Hemant Lenka
  • Published: Saturday, 13 July 2019
  • Updated: 13 July 2019, 07:26 PM IST

Sports

Latest News

ଲର୍ଡସ: ୨୦୧୯ ବିଶ୍ୱକପ୍‌ କିଏ ଜିତିବ, ତା’କୁ ନେଇ ରହିଥିବା କଳ୍ପନାଜଳ୍ପନାରେ ଆସନ୍ତାକାଲି ପୂର୍ଣ୍ଣଚ୍ଛେଦ ପଡ଼ିବ। କାରଣ ଆସନ୍ତାକାଲି ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ୨୦୧୯ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୨୦୧୫ ବିଶ୍ୱକପ୍‌ର ଉପ ବିଜେତା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ନ୍ୟୁଜିଲ୍ୟାଣ୍ଡ କିମ୍ବା ଇଂଲଣ୍ଡ, ଯିଏ ବି ଜିତିବ, ସିଏ ପ୍ରଥମଥର ପାଇଁ ବିଶ୍ୱକପ ଜିତିବ। ଏହି ଦୁଇ ଦଳ ବିଶ୍ୱକପର ୪୪ ବର୍ଷ ଇତିହାସରେ କେବେ ହେଲେ ଫାଇନାଲ ଜିତି ନାହାନ୍ତି।  ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ସେହିପରି ଇଂଲଣ୍ଡ ୧୯୯୨ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଠାରୁ ହାରି ଯାଇଥିଲା। ତେଣୁ ଉଭୟ ଦଳ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିବେ। ଇଂଲଣ୍ଡ ୪ର୍ଥଥର ପାଇଁ ବିଶ୍ୱକପ ଫାଇନାଲ ଖେଳୁଛି। ଦଳ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲ ଖେଳିଥିଲା।

ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଇଂଲଣ୍ଡର ପଲାଭାରୀ ରହିଛି। ଚଳିତ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେଇଥିଲା। ତେବେ ଭାରତକୁ ସେମି ଫାଇନାଲ୍‌ରେ ହରାଇଥିବା ନ୍ୟୁଜିଲ୍ୟାଣ୍ଡର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି।

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ଇଂଲିଶ ଟିମ୍‌ ଟାଇଟଲ ଜିତିବ ବୋଲି ପୂର୍ବାନୁମାନ କରାଯାଇଥିଲା। ସେମିଫାଇନାଲ୍‌ରେ ଦଳ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ପରାସ୍ତ କରି ବିଶ୍ୱକପ ଜିତିବା ଦିଗରେ ଆଗକୁ ବଢ଼ିଛି। ଇଂଲଣ୍ଡର ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ ଜବରଦସ୍ତ ଫର୍ମରେ ଅଛନ୍ତି। ଜେସନ ରୟଙ୍କ ବ୍ୟାଟିଂ ବଳରେ ହିଁ ଇଂଲଣ୍ଡ ବଡ଼ ସ୍କୋର କରିପାରୁଛି। ଆହତ ଥିବାରୁ ଜେସନ ରୟ ୩ଟି ମ୍ୟାଚ ଖେଳି ନଥିଲେ।

ଏଥିପାଇଁ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ହେଲେ ଭାରତ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଜେସନ ରୟ କମ୍‌ବ୍ୟାକ୍‌ କରି ଦଳକୁ ବିଜୟୀ କରାଇଥିଲେ। ସେହିପରି ଦଳରେ ଦକ୍ଷ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ମଧ୍ୟ ରହିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ୫୪୯ ରନ୍‌ କରିଛନ୍ତି। ଇଆନ ମୋର୍ଗାନ ଓ ଜୋଶ ବଟଲର ମଧ୍ୟ ବଡ଼ ଇନିଂସ ଖେଳିବାକୁ ସକ୍ଷମ।

ବୋଲିଂ ବାହିନୀରେ ଭଲ ପ୍ରଦର୍ଶନ କରି ଆସୁଥିବା ଜୋଫ୍ରା ଆର୍ଚର ଓ କ୍ରିସ୍‌ ୱକ୍ସ ଅଛନ୍ତି। ମଧ୍ୟକ୍ରମରେ ୱିକେଟ ନେବା ପାଇଁ ଲିଆମ ପ୍ଲଙ୍କେଟ, ମାର୍କ ଉଡ ଓ ସ୍ପିନର ଆଦିଲ ରଶିଦ ରହିଛନ୍ତି। ଦେଖିବାକୁ ଗଲେ ଇଂଲଣ୍ଡ ଟିମ୍‌ ବେଶ ସନ୍ତୁଳିତ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ତା’ ଓପନିଂ ଯୋଡ଼ିକୁ ନେଇ ଚିନ୍ତାରେ ରହିଛି। ମାର୍ଟିନ ଗପ୍ଟିଲ ଚଳିତ ଵିଶ୍ଵକପରେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ନିୟମିତ ଓପନର କଲିନ ମନରୋଙ୍କ ବଦଳରେ ଆସିଥିବା ହେନେରୀ ନିକଲ୍ସଙ୍କ ବ୍ୟାଟ ମଧ୍ୟ ଚାଲିନାହିଁ। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ମଙ୍ଗ ସମ୍ଭାଳିବେ ଅଧିନାୟକ କେନ୍‌ ୱିଲିୟମସନ।

ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ୫୪୮ ରନ କରିଛନ୍ତି। ତାଙ୍କୁ ସାଥ ଦେବାକୁ ଟମ ଲାଥାମ ଓ ରସ୍‌ ଟେଲର ଅଛନ୍ତି। ଦୁଇ ଅଲରାଉଣ୍ଡର ଜମ୍ମି ନିଶମ ଓ କଲିନ ଡି ଗ୍ରାଣ୍ଡହୋମ ମଧ୍ୟ ଦ୍ରୁତ ବେଗରେ ରନ୍‌ ସଂଗ୍ରହ କରିବାକୁ ସକ୍ଷମ। ନ୍ୟୁଜିଲ୍ୟାଣ୍ଡର ବୋଲିଂ ବେଶ ଶକ୍ତିଶାଳୀ।

ଭାରତ ବଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇଥିବା ମ୍ୟାଟ ହେନରୀ ଓ ଟ୍ରେଣ୍ଟ ବୋଲ୍ଟ ଇଂଲଣ୍ଡ ବ୍ୟାଟିଂ ବାହିନୀର କଡ଼ା ପରୀକ୍ଷା ନେବେ। ଏହି ଦୁହିଁଙ୍କୁ ସହଯୋଗ କରିବାକୁ ଲକି ଫର୍ଗୁସନ ଓ ସ୍ପିନର ମିଚେଲ ସାଣ୍ଟନର ମଧ୍ୟ ରହିଛନ୍ତି।

ଆସନ୍ତାକାଲି ଫାଇନାଲ ମ୍ୟାଚରେ ଦୁଇ ଟିମ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଭାରତୀୟ ସମୟ ଅପରାହ୍ନ ୩ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story