ପାକ କ୍ରିକେଟ ଫ୍ୟାନ୍ କାହିଁକି ଭାବୁଛନ୍ତି ଏଥର ବିଶ୍ୱକପ୍‌ ଜିତିବ ତାଙ୍କ ଦେଶ

ଲଣ୍ଡନ୍‌: ବର୍ଷା ଯୋଗୁ ଚଳିତ ବର୍ଷ ବିଶ୍ୱକପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ ଗତକାଲି ବାତିଲ ହୋଇଯାଇଥିଲା। ତେବେ ପାକିସ୍ତାନର ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯିବାକୁ ନେଇ ଏବେ ନୂଆ ଅନ୍ଧବିଶ୍ୱାସ ସାମ୍ନାକୁ ଆସିଛି। ୧୯୯୨ରେ ପାକିସ୍ତାନ ବିଶ୍ୱକପ୍‌ ଜିତିଥିଲା। ଏହି ବିଶ୍ୱକପ୍‌ର ଆୟୋଜନ ଅଷ୍ଟ୍ରେଲିଆ କରିଥିଲା। ତେବେ ଆଡିଲେଡ୍‌ରେ ହେବାକୁ ଥିବା ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ଯାଇଥିଲା। ସେହିପରି ୧୯୯୨ରେ ପାକିସ୍ତାନ ତା’ ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଠାରୁ […]

p

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 05:37 PM IST

ଲଣ୍ଡନ୍‌: ବର୍ଷା ଯୋଗୁ ଚଳିତ ବର୍ଷ ବିଶ୍ୱକପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ ଗତକାଲି ବାତିଲ ହୋଇଯାଇଥିଲା। ତେବେ ପାକିସ୍ତାନର ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯିବାକୁ ନେଇ ଏବେ ନୂଆ ଅନ୍ଧବିଶ୍ୱାସ ସାମ୍ନାକୁ ଆସିଛି। ୧୯୯୨ରେ ପାକିସ୍ତାନ ବିଶ୍ୱକପ୍‌ ଜିତିଥିଲା। ଏହି ବିଶ୍ୱକପ୍‌ର ଆୟୋଜନ ଅଷ୍ଟ୍ରେଲିଆ କରିଥିଲା। ତେବେ ଆଡିଲେଡ୍‌ରେ ହେବାକୁ ଥିବା ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ଯାଇଥିଲା।

ସେହିପରି ୧୯୯୨ରେ ପାକିସ୍ତାନ ତା’ ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା। କିନ୍ତୁ ଶେଷରେ ପାକିସ୍ତାନ ପ୍ରତିପକ୍ଷ ଇଂଲଣ୍ଡକୁ ହରାଇ ବିଶ୍ୱ ବିଜେତା ହୋଇଥିଲା। ଏହି ସମୟରେ ଇମ୍ରାନ୍‌ ଖାନ୍‌ ପାକ ଦଳର କ୍ୟାପଟେନ ଥିଲେ।

୨୦୧୯ରେ ସର୍ଫରାଜ ଅହମ୍ମଦ କ୍ୟାପ୍ଟେନ୍‌ ଅଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଛି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଇଂଲଣ୍ଡକୁ ପରାସ୍ତ କରିଛି। ତୃତୀୟ ମ୍ୟାଚ୍‌ଟି ବର୍ଷା ଯୋଗୁ ବାତିଲ ହୋଇ ଯାଇଛି। ୧୯୯୨ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ହାରିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍‌ ଜିତିଥିଲା। ତୃତୀୟ ମ୍ୟାଚଟି ବାତିଲ ହୋଇଥିଲା।

ତେଣୁ ଏହି ଘଟଣା ପରେ ପାକିସ୍ତାନ କ୍ରିକେଟ୍‌ ଫ୍ୟାନ୍‌ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି। ୧୯୯୨ ଇତିହାସକୁ ପାକିସ୍ତାନ ଦୋହରାଇବ ବୋଲି ସେମାନେ ଆଶା ରଖିଛନ୍ତି। ପାକିସ୍ତାନ ବୁଧବାର ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ। ୧୯୯୨ରେ ପାକିସ୍ତାନ ତା’ର ୪ର୍ଥ ମୁକାବିଲାରେ ଭାରତକୁ ଭେଟିଥିଲା। ଯେଉଁଥିରେ ପାକ ଦଳ ୪୩ ରନ୍‌ରେ ପରାସ୍ତ ହୋଇଥିଲା।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମଞ୍ଜସ୍ୟ ହେଉଛି ଯେ ୧୯୯୨ରେ ଯେଉଁ ରାଉଣ୍ଡ ରବିନ୍‌ ଫର୍ମାଟରେ ବିଶ୍ୱକପ୍‌ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ଅନୁରୂପ ରାଉଣ୍ଡ ରବିନ ଅର୍ଥାତ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଟିମ୍‌ ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବାର ପ୍ରାବଧାନ ରହିଛି।

Related story