ନିଶ-ଦାଢ଼ି ଫାଳେ କାଟିଲେ କାଲିସ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଜ୍ୟାକ୍ କାଲିସ୍ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ବ୍ୟାଟିଂ ଓ ବୋଲିଂ ଆଭରେଜ୍ କୌଣସି ଚମତ୍କାରଠାରୁ କମ୍ ନୁହେଁ। ନିଜର ନରମ ସ୍ୱଭାବ ପାଇଁ ପରିଚିତ କାଲିସ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କାଲିସ୍ ସୋଶାଲ ମିଡିଆରେ ନିଜର ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କର ଚେହେରାରେ ଅଧା ଦାଢ଼ି ଓ ନିଶ ଦେଖିବାକୁ ମିଳିଛି। Going to be an interesting few days […]

kallis

Ranjit Kumar Jena
  • Published: Friday, 29 November 2019
  • , Updated: 29 November 2019, 04:12 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଜ୍ୟାକ୍ କାଲିସ୍ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ବ୍ୟାଟିଂ ଓ ବୋଲିଂ ଆଭରେଜ୍ କୌଣସି ଚମତ୍କାରଠାରୁ କମ୍ ନୁହେଁ। ନିଜର ନରମ ସ୍ୱଭାବ ପାଇଁ ପରିଚିତ କାଲିସ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କାଲିସ୍ ସୋଶାଲ ମିଡିଆରେ ନିଜର ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କର ଚେହେରାରେ ଅଧା ଦାଢ଼ି ଓ ନିଶ ଦେଖିବାକୁ ମିଳିଛି।

ତେବେ କାଲିସ୍ କାହିଁକି ଏମିତି କଲେ। କାଲିସ୍ ଏକ ମହତ କାମ ଅର୍ଥାତ୍ 'ସେଭ୍ ଦ ରାଇନୋ' ଚ୍ୟାଲେଞ୍ଜ୍ ଗ୍ରହଣ ଉଦ୍ଦେଶ୍ୟରେ ଏହା କରିଛନ୍ତି, ଯେଉଁ ଆଧାରରେ ସେ ନିଜ ମୁହଁର ଅଧା ସେଭ୍ (ଫାଳେ ନିଶ ଓ ଫାଳେ ଦାଢ଼ି) କରାଇଛନ୍ତି। କ୍ୟାଲିସ୍ ଗଲ୍ଫର ବିକାଶ ଓ ଗଣ୍ଡାଙ୍କର ସଂରକ୍ଷଣ ପାଇଁ ନିଜର ଅଧା ସେଭ୍ କରାଇଛନ୍ତି। କାଲିସ୍ ଏହି ଫଟୋ ଶେଆର୍ କରି ଲେଖିଛନ୍ତି, ଆଗାମୀ କିଛି ଦିନ ବେଶ୍ ମଜାଦାର ହେବ। ଏ ସବୁକିଛି ଏକ ମହତ ପାଇ ପାଇଁ ହେଉଛି। କାଲିସଙ୍କ ଏଭଳି ପଦକ୍ଷେପକୁ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଏପରିକି ଏହି କାମ ପାଇଁ ତାଙ୍କୁ ପ୍ରଶଂସକ ସଲାମ୍ କରିଛନ୍ତି।

ବିଶ୍ୱର ଏକ ମହାନ୍ ଅଲରାଉଣ୍ଡର ଜଣକ ଏକମାତ୍ର କ୍ରିକେଟର୍ ଭାବେ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ୧୦ହଜାରରୁ ଅଧିକ ରନ୍ ଏବଂ ୨୫୦ରୁ ଅଧିକ ୱିକେଟ୍ ନେଇଛନ୍ତି। ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୬୬ ଟେଷ୍ଟ ଖେଳି ୧୩,୨୮୯ ରନ୍ ଓ ୨୯୨ ୱିକେଟ୍। ସେହିପରି ଦିନିକିଆରେ ୩୨୮ ମ୍ୟାଚ୍ ଖେଳି ୧୧୫୭୯ ରନ୍ ଏବଂ ୨୭୩ ୱିକେଟ୍ ନେଇଛନ୍ତି।

Related story