ୱିଲିୟମସନଙ୍କୁ ପ୍ୟାଭିଲିୟନ୍ ପଠାଇଲେ ଚହଲ୍

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କୁ ୟୁଜବେନ୍ଦ୍ର ଚହଲ୍ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଛନ୍ତି। ୱିଲିୟମସନ୍ ୯୫ ବଲରେ ୬ ଚୌକା ସହ ୬୭ ରନ୍ କରିଛନ୍ତି। ଆଉଟ୍ ହେବା ପୂର୍ବରୁ ସେ ରସ୍ ଟେଲରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୫ ରନ୍ ଯୋଡ଼ିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ ୩୯ ଓଭରରେ ୩ ୱିକେଟ୍ ହରାଇ ୧୫୧ ରନ୍ କରିଛି। […]

chahal

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 05:55 PM IST

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କୁ ୟୁଜବେନ୍ଦ୍ର ଚହଲ୍ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଛନ୍ତି। ୱିଲିୟମସନ୍ ୯୫ ବଲରେ ୬ ଚୌକା ସହ ୬୭ ରନ୍ କରିଛନ୍ତି। ଆଉଟ୍ ହେବା ପୂର୍ବରୁ ସେ ରସ୍ ଟେଲରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୫ ରନ୍ ଯୋଡ଼ିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ ୩୯ ଓଭରରେ ୩ ୱିକେଟ୍ ହରାଇ ୧୫୧ ରନ୍ କରିଛି। ଟେଲର ୩୬ ଓ ଜେମ୍ସ ନିଶାମ ୫ ରନରେ ବ୍ୟାଟିଂ କରୁଛନ୍ତି।

ଏହା ପୂର୍ବରୁ ଟିମର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୧) ଓ ହେନରୀ ନିକୋଲ୍ସ (୨୮) ନିରାଶ କରିଥିଲେ। ଗପ୍ଟିଲଙ୍କୁ ଯଶପ୍ରୀତ ବୁମ୍ରା ଏବଂ ନିକୋଲ୍ସଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।

Related story