ମହିଳା ବିଶ୍ୱକପ ହକି: ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେବା ଆଶଙ୍କାରେ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍ ଡ୍ର ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ୟଲ୍ୟାଣ୍ଡ ଠାରୁ ୧-୦ରେ ପରାସ୍ତ ହୋଇଛି ଭାରତ। ମହିଳା ହକି ବିଶ୍ୱକପ ପୁଲ୍ ବି’ର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ଆର୍ୟଲ୍ୟାଣ୍ଡ। ଏହି ବିଜୟ ସହ ଆର୍ୟଲ୍ୟାଣ୍ଡ ନକ୍‌ଆଉଟ୍‌ରେ ନିଜ ସ୍ଥାନ ପକ୍କା କରିନେଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ନକ୍‌ଆଉଟ୍‌ ରାସ୍ତା ସହଜ ମନେହେଉନି। ବିଶ୍ୱମାନ୍ୟତାରେ ୧୬ ତମ ସ୍ଥାନରେ ଥିବା ଆର୍ୟାଲ୍ୟାଣ୍ଡ ୧୦ମ ସ୍ଥାନରେ […]

ggg

Rakesh Mallick
  • Published: Thursday, 26 July 2018
  • , Updated: 26 July 2018, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍ ଡ୍ର ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ୟଲ୍ୟାଣ୍ଡ ଠାରୁ ୧-୦ରେ ପରାସ୍ତ ହୋଇଛି ଭାରତ। ମହିଳା ହକି ବିଶ୍ୱକପ ପୁଲ୍ ବି’ର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ଆର୍ୟଲ୍ୟାଣ୍ଡ। ଏହି ବିଜୟ ସହ ଆର୍ୟଲ୍ୟାଣ୍ଡ ନକ୍‌ଆଉଟ୍‌ରେ ନିଜ ସ୍ଥାନ ପକ୍କା କରିନେଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ନକ୍‌ଆଉଟ୍‌ ରାସ୍ତା ସହଜ ମନେହେଉନି। ବିଶ୍ୱମାନ୍ୟତାରେ ୧୬ ତମ ସ୍ଥାନରେ ଥିବା ଆର୍ୟାଲ୍ୟାଣ୍ଡ ୧୦ମ ସ୍ଥାନରେ ଥିବା ଭାରତୀୟ ଟିମ୍‌କୁ ମାତ୍‌ ଦେଇଛି।

ମ୍ୟାଚ୍‌ର ୧୨ ମିନିଟରେ ଆର୍ୟାଲ୍ୟାଣ୍ଡ ପ୍ରଥମ ଗୋଲ୍‌ ସ୍କୋର କରି ଅଗ୍ରଣୀ ରହିଥିଲା। ପ୍ରଥମାର୍ଦ୍ଧରେ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଗୋଲ୍‌ କରିବାରେ ଫେଲ୍‌ ମାରିଥିଲେ ଭାରତୀୟ ଖେଳାଳି। କିନ୍ତୁ ଆର୍ୟାଲ୍ୟାଣ୍ଡ ଟିମ୍‌କୁ ପ୍ରଥମାର୍ଦ୍ଧରେ ମାତ୍ର ୨ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ସେଥିରୁ ଗୋଟିଏ ଗୋଲ୍‌ କରିବାରେ ସକ୍ଷମ ହୋଇଥିଲା ଟିମ୍‌।

ଅନ୍ୟପଟେ ଦ୍ୱିତୀୟାର୍ଦ୍ଧରେ ଭାରତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲା। ଏହାପୂର୍ବରୁ ୨୧ ତାରିଖରେ ଖେଳାଯାଇଥିବା ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ଡ୍ର ରଖିଥିଲା।

Related story