ଭାରତୀୟ କ୍ରିକେଟ୍‌ରେ ପ୍ରଥମ: ବିସିସିଆଇ କନକ୍ଲେଭରେ ଯୋଗଦେବେ ମହିଳା ଟିମ୍‌ର କୋଚ୍‌ ଓ କ୍ୟାପ୍ଟେନ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ ପୂର୍ବରୁ କେବେ ଯାହା ଘଟି ନଥିଲା ଆସନ୍ତା ୧୭ ତାରିଖରେ ସେକଥା ଘଟିବାକୁ ଯାଉଛି। ପ୍ରଥମଥର ପାଇଁ ବିସିସିଆଇ ପକ୍ଷରୁ ଅୟୋଜିତ ବାର୍ଷିକ କନକ୍ଲେଭରେ ସବୁ ରାଜ୍ୟର ମହିଳା ଟିମ୍‌ର କୋଚ୍‌ ଏବଂ କ୍ୟାପ୍ଟେନ୍‌ମାନେ ଯୋଗଦେବେ। ସେମାନେ ଏହି କନକ୍ଲେଭ୍‌ରେ ନିଜର ସମସ୍ୟା ଏବଂ ଅନ୍ୟ ପରାମର୍ଶ ବିସିସିଆର ପ୍ରଶାସନିକ କମିଟି ଆଗରେ ଉପସ୍ଥାପନ କରିବେ। ପୂର୍ବରୁ ପ୍ରତିବର୍ଷ ବିସିସିଆଇ ପକ୍ଷରୁ ‘ଆନୁଆଲ ଡୋମେଷ୍ଟିକ୍‌ କ୍ୟାପ୍ଟେନ୍ସ ଆଣ୍ଡ କୋଚେସ୍‌ କନକ୍ଲେଭ’ ଆୟୋଜନ ହେଉଥିଲା। […]

t

Hemant Lenka
  • Published: Wednesday, 08 May 2019
  • , Updated: 08 May 2019, 05:04 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ ପୂର୍ବରୁ କେବେ ଯାହା ଘଟି ନଥିଲା ଆସନ୍ତା ୧୭ ତାରିଖରେ ସେକଥା ଘଟିବାକୁ ଯାଉଛି। ପ୍ରଥମଥର ପାଇଁ ବିସିସିଆଇ ପକ୍ଷରୁ ଅୟୋଜିତ ବାର୍ଷିକ କନକ୍ଲେଭରେ ସବୁ ରାଜ୍ୟର ମହିଳା ଟିମ୍‌ର କୋଚ୍‌ ଏବଂ କ୍ୟାପ୍ଟେନ୍‌ମାନେ ଯୋଗଦେବେ। ସେମାନେ ଏହି କନକ୍ଲେଭ୍‌ରେ ନିଜର ସମସ୍ୟା ଏବଂ ଅନ୍ୟ ପରାମର୍ଶ ବିସିସିଆର ପ୍ରଶାସନିକ କମିଟି ଆଗରେ ଉପସ୍ଥାପନ କରିବେ।

ପୂର୍ବରୁ ପ୍ରତିବର୍ଷ ବିସିସିଆଇ ପକ୍ଷରୁ ‘ଆନୁଆଲ ଡୋମେଷ୍ଟିକ୍‌ କ୍ୟାପ୍ଟେନ୍ସ ଆଣ୍ଡ କୋଚେସ୍‌ କନକ୍ଲେଭ’ ଆୟୋଜନ ହେଉଥିଲା। ଏଥିରେ ପୁରୁଷ ଟିମ୍‌ର କୋଚ ଏବଂ ଅଧିନାୟକମାନେ ଯୋଗଦେଉଥିଲେ। ହେଲେ ଏହି ନିୟମ ବଦଳିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ୧୭ ତାରିଖରେ ମୁମ୍ବାଇ ଠାରେ କନକ୍ଲେଭ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ମହିଳା ଟିମ୍‌ର କୋଚ ଏବଂ ଅଧିନାୟକମାନେ ସେମାନଙ୍କ ପୁରୁଷ ଟିମ୍‌ର ପ୍ରତିନିଧିମାନଙ୍କ ସହ  ଯୋଗଦେବେ। ମହିଳା ଟିମ୍‌ଗୁଡ଼ିକ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବିସିସିଆଇ ସେମାନଙ୍କ ପାଇଁ କ’ଣ କଲେ ଭଲ ହେବ, ସେକଥା ସେମାନେ ଏହି କନକ୍ଲେଭରେ କହିପାରିବେ।

Related story