ମହିଳା ବିଶ୍ୱକପ୍ କ୍ରିକେଟ୍‌: ଫାଇନାଲ୍‌ରେ ପହଞ୍ଚିବା ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍

ଡର୍ବି: ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଆଜି ଖେଳା ଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ। ଦ୍ୱିତୀୟ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବାକୁ ଭାରତୀୟ ଟିମ୍ ଚେଷ୍ଟା କରିବ। ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୩ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ରୋମାଞ୍ଚକର ପ୍ରଥମ ସେମିଫାଇନାଲ୍‌ରେ ଇଂଲଣ୍ଡ ବିଜୟୀ ହୋଇଛି। ଦଳ ଦୁଇ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। […]

mithali

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 08:22 AM IST

ଡର୍ବି: ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଆଜି ଖେଳା ଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ। ଦ୍ୱିତୀୟ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବାକୁ ଭାରତୀୟ ଟିମ୍ ଚେଷ୍ଟା କରିବ। ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୩ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ରୋମାଞ୍ଚକର ପ୍ରଥମ ସେମିଫାଇନାଲ୍‌ରେ ଇଂଲଣ୍ଡ ବିଜୟୀ ହୋଇଛି। ଦଳ ଦୁଇ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ତେଣୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଯିଏ ଜିତିବ ତାର ମୁକାବିଲା ଇଂଲଣ୍ଡ ସହିତ ହେବ।

ଅଷ୍ଟ୍ରେଲିଆ ଛଅ ଥର ମହିଳା ବିଶ୍ୱକପ୍ ଜିତିଛି। ତଥାପି କଡ଼ା ଟକ୍କର ଦେବାକୁ ଭାରତୀୟ ଦଳ ପ୍ରସ୍ତୁତି କରିଛି।

୨୦୦୫ରେ ଅନୁଷ୍ଠିତ ମହିଳ ବିଶ୍ୱକପ୍ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ଫାଇନାଲ୍‌କୁ ଯାଇଥିଲା। ତେବେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Related story