ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ସେମିରେ ଟିମ୍ ଇଣ୍ଡିଆ ଆଗରେ ଇଂଲଣ୍ଡ ଚ୍ୟାଲେଞ୍ଜ୍‌

ସିଡନୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଆସନ୍ତାକାଲି ସିଡନୀଠାରେ ଖେଳାଯିବ। ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଇଂଲଣ୍ଡକୁ ହରାଇ ଭାରତ ପ୍ରଥମଥର ଲାଗି ବିଶ୍ୱକପର ଫାଇନାଲରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଭାରତୀୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଏବଂ ସେମିରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଏହା ପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ସାତୋଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ସ୍ଥାନ ହାସଲ […]

women-t20

women-t20

Ranjit Kumar Jena
  • Published: Wednesday, 04 March 2020
  • Updated: 04 March 2020, 05:18 PM IST

ସିଡନୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଆସନ୍ତାକାଲି ସିଡନୀଠାରେ ଖେଳାଯିବ। ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଇଂଲଣ୍ଡକୁ ହରାଇ ଭାରତ ପ୍ରଥମଥର ଲାଗି ବିଶ୍ୱକପର ଫାଇନାଲରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଭାରତୀୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଏବଂ ସେମିରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଏହା ପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ସାତୋଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ସ୍ଥାନ ହାସଲ କରିପାରି ନାହିଁ। କିନ୍ତୁ ଏଥର ଭାରତକୁ ଟାଇଟଲର ପ୍ରବଳ ଦାବିଦାର କୁହାଯାଉଛି। ଲିଗ୍ ପର୍ଯ୍ୟାୟରେ ଭାରତର ପ୍ରଦର୍ଶନ ଜବରଦସ୍ତ ରହିଥିଲା।

ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ହରାଇ ଶୁଭାରମ୍ଭ କରିଥିଲା। ଏହା ପରେ ଭାରତ ଯଥାକ୍ରମେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କାକୁ ହରାଇ ଗ୍ରୁପ୍‌-ଏ'ରେ ୮ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ସେମିଫାଇନାଲ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଛି ସତ, କିନ୍ତୁ ଇତିହାସ ଇଂଲଣ୍ଡ ସପକ୍ଷରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଭାରତ ବିପକ୍ଷରେ ଖେଳିଥିବା ସମସ୍ତ ୫ଟି ଯାକ ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି।

ଶେଷଥର ପାଇଁ ଉଭୟ ଦଳ ୨୦୧୮ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା। ଏହା ପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ସଂସ୍କରଣର ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡଠାରୁ ହାରିଥିଲା। ବର୍ତ୍ତମାନ ଭାରତୀୟ ଟିମରେ ସାମିଲ୍ ଥିବା ସାତଜଣ ଖେଳାଳି ୨୦୧୮ ସେମିଫାଇନାଲ୍ ମୁକାବିଲା ଖେଳିଥିଲେ। ଭାରତ ବିଶ୍ୱକପ୍ ପୂର୍ବରୁ ଏଠାରେ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିଥିଲା। ଏହି ସିରିଜର ଗୋଟିଏ ମ୍ୟାଚରେ ଭାରତ ଇଂଲଣ୍ଡକୁ ହରାଇଥିଲା।

ଚଳିତ ବିଶ୍ୱକପରେ ଭାରତ ପାଇଁ ଏକମାତ୍ର ସମସ୍ୟା ହେଉଛି ବ୍ୟାଟିଂ। ବିଶେଷକରି ଟିମର ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। କିନ୍ତୁ ଏହା ତୁଳନାରେ ଇଂଲଣ୍ଡର ମିଡିଲ୍ ଅର୍ଡର ବେଶ୍ ଦୃଢ଼। ଭାରତର ୧୬ ବର୍ଷୀୟା ଓପ୍ନର ଶେଫାଳି ବର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସଓମାନଙ୍କଠାରେ ସେଭଳି ଆତ୍ମବିଶ୍ୱାସ ଦେଖିବାକୁ ମିଳିନାହିଁ। ଶେଫାଳି ୪ଟି ମ୍ୟାଚରେ ୧୬୧ ରନ୍ କରିଛନ୍ତି, ଯାହା ବଳରେ ସେ ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଶେଫାଳି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ବ୍ୟାଟ୍ସଓମ୍ୟାନଙ୍କ ତାଲିକାରେ ନାଟାଲି ସ୍କିଭର୍ (୨୦୨ ରନ୍‌) ଓ ହିଥର ନାଇଟ୍ (୧୯୩ ରନ୍‌)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି।

ଶେଫାଳିଙ୍କ ସାଥୀ ଓପ୍ନର ସ୍ମୃତି ମନ୍ଧାନାଙ୍କ ବ୍ୟାଟରୁ ସେଭଳି ରନ୍ ବର୍ଷା ହୋଇନାହିଁ। ପ୍ରଥମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଭଲ ଲୟରେ ଅଛନ୍ତି, କିନ୍ତୁ ସେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି। ମଧ୍ୟକ୍ରମରେ ଦେବା କ୍ରିଷ୍ଣାମୂର୍ତ୍ତି, ଶିଖା ପାଣ୍ଡେ ଓ ରାଧା ଯାଦବ ଆବଶ୍ୟକ ମୁତାବକ ଉପଯୋଗୀ ଯୋଗଦାନ କରିଛନ୍ତି। ତେବେ ଟିମର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ବ୍ୟାଟ୍ ପୂରା ଚୁପ୍ ରହିଛି। ସେ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ରନ୍ କରିନାହିଁ । ଇଂଲଣ୍ଡ ଭଳି ମଜଭୁଭତ୍ ଟିମ୍ ବିପକ୍ଷରେ ସେ ରନ୍ କରି ଫର୍ମକୁ ଫେରିବାକୁ ଚାହିଁବେ। ବୋଲିଂରେ ପୁନମ ଯାଦବ ୪ଟି ମ୍ୟାଚରେ ୯ ୱିକେଟ୍ ନେଇ ଶୀର୍ଷରେ ଅଛନ୍ତି। ସେହିପରି ଶିଖା ପାଣ୍ଡେ (୭ ୱିକେଟ୍‌) ମଧ୍ୟ ଭଲ ଫର୍ମରେ ଅଛନ୍ତି। ଏହାଛଡ଼ା ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡଙ୍କ ଭଳି ସ୍ପିନର ଭାରତକୁ ଆଶା ମୁତାବକ ସହଯୋଗ କରିଛନ୍ତି।

ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଏହା ପରେ ଦଳ ପରବର୍ତ୍ତୀ ତିନୋଟି ମ୍ୟାଚରେ ଏକତରଫା ବିଜୟ ହାସଲ କରି ସେମିଫାଇନାଲ୍ ଟିକେଟ୍ କାଟିଛି। ଦଳର ଓପନିଂ ଯୋଡ଼ି ଡାନିଏଲ୍ ୟାଟ୍ଟ ଓ ଟାମି ବ୍ୟୁମଣ୍ଟ ଫର୍ମରେ ନାହାନ୍ତି। କିନ୍ତୁ ମିଡିଲ୍ ଅର୍ଡରରେ ସ୍କିଭର୍ ଓ କ୍ୟାପଟେନ୍ ନାଇଟ୍ ଚମତ୍କାର ଫର୍ମରେ ଅଛନ୍ତି। ସ୍କିଭର୍ ୬୭.୩୩ ହାରରେ ତିନୋଟି ଅର୍ଦ୍ଧଶତକ ସହ ୨୦୨ ରନ୍ କରି ଶୀର୍ଷରେ ଅଛନ୍ତି। ସେହିପରି ବୋଲିଂରେ ବାମହାତୀ ସ୍ପିନର ସୋଫି ଇକ୍ଲେଷ୍ଟୋନ୍ (୮ ୱିକେଟ) ଓ ପେସର ଆନ୍ୟା ସ୍ରବସୋଲ୍ (୭ ୱିକେଟ୍‌) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେବେ ଭାରତକୁ ହରାଇବାକୁ ହେଲେ ଇଂଲଣ୍ଡକୁ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story