ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡ୍ ଆଶା ଧୂଳିସାତ୍ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ସୋମବାର ଗ୍ରୁପ୍‌-ଏ’ର ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ୪ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚତୁର୍ଥଥର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଜଙ୍କସନ୍ ଓଭାଲରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବେଥ୍ ମୁନୀଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ଜବାବରେ କ୍ୟାଟୀ […]

aus

aus

Ranjit Kumar Jena
  • Published: Monday, 02 March 2020
  • Updated: 02 March 2020, 07:06 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ସୋମବାର ଗ୍ରୁପ୍‌-ଏ'ର ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ୪ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚତୁର୍ଥଥର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଜଙ୍କସନ୍ ଓଭାଲରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବେଥ୍ ମୁନୀଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ଜବାବରେ କ୍ୟାଟୀ ମାର୍ଟିନଙ୍କ ବିସ୍ଫୋରକ ଇନିଂସ୍ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ପରାଜୟ ସ୍ୱୀକାର କରିଛି। ମାର୍ଟିନ୍ ମାତ୍ର ୧୮ ବଲରେ ୪ ଚୌକା ଓ ୧ ଛକା ସହ ଅପରାଜିତ ୩୭ ରନ୍ କରିଥିଲେ ହେଁ, ନିଜ ଦଳକୁ ଜିତାଇପାରିନଥିଲେ।

ଟପ୍ ଅର୍ଡରରେ କ୍ୟାପଟେନ୍ ସୋଫି ଡିଭାଇନ୍ ୩୧, ମ୍ୟାଡି ଗ୍ରୀନ୍ ୨୮, ରାଚେଲ୍ ପ୍ରିଷ୍ଟ ୧୭, ସୁଜି ବେଟ୍ସ ୧୪ ରନର ଯୋଗଦାନ କରିଥିଲେ। କିନ୍ତୁ ଲୋୟର ଅର୍ଡରରେ ଲଗାତର ୱିକେଟ୍ ପତନ ଦ୍ୱାରା ଦଳ ଟାର୍ଗେଟକୁ ହାସଲ କରିପାରିନଥିଲେ । ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ପ୍ଲେୟର୍ ଅଫ୍ ଦି ମ୍ୟାଚ ଜର୍ଜିଆ ୱେରହାମ୍ ୧୭ ରନ୍ ଦେଇ ୩ଟି ଓ ମେଗାନ୍ ସ୍କଟ୍ ୨୮ ରନରେ ୩ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ଆଲିସା ହିଲୀ (୯) ଦୁଇଅଙ୍କ ଛୁଇଁପାରିନଥିଲେ । ଅନ୍ୟତମ ଓପ୍ନର ମୁନୀ ଅର୍ଦ୍ଧଶତକ ମାରି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ସେ ତୃତୀୟ ୱିକେଟ୍ ପାଇଁ ଆଶଲେ ଗାର୍ଡନରଙ୍କ ସହ ମିଶି ୫୨ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ମୁନୀ ୫୦ ବଲରେ ୬ ଚୌକା ଓ ୨ ଛକା ସହ ୬୦, କ୍ୟାପଟେନ୍ ମେଗ୍ ଲାନିଙ୍ଗ ୨୧, ଗାର୍ଡନର୍ ୨୦, ଏଲିସ୍ ପେରୀ ୨୧ ରନ୍ କରିଥିଲେ। ଶେଷକ୍ରମରେ ରାଚେଲ୍ ହେନ୍ସ ଦ୍ରୁତ ୧୯ (୮ ବଲ୍‌, ୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଆନ୍ନା ପିଟରସନ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos