ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡର ଯୋଗ୍ୟତା ଅର୍ଜନ

ଦୁବାଇ: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ ୨୦୧୭ ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ପରେ ୨୦ ମ୍ୟାଚ୍‌ରୁ ୨୪ ପଏଣ୍ଟ ପାଇ ବ୍ଲାକ କ୍ୟାପ୍‌ ସହିତ ନ୍ୟୁଜିଲାଣ୍ଡ ମହିଳା ଟିମ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ସିଧାସଳଖ ଯୋଗ୍ୟତା ହାସଲ କରିଛି। ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଆଇସିସି ମହିଳା ଚାମ୍ପିଅନସିପ୍‌ର ଶେଷ ମ୍ୟାଚ୍‌ ଆସନ୍ତା ୧୯ ତାରିଖରେ ଖେଳାଯିବ। ଆଇସିସି ଚାମ୍ପିଅନସିପ୍‌ର ଶ୍ରେଷ୍ଟ […]

newzland

Rakesh Mallick
  • Published: Thursday, 17 November 2016
  • , Updated: 18 November 2016, 11:49 AM IST

ଦୁବାଇ: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ ୨୦୧୭ ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ପରେ ୨୦ ମ୍ୟାଚ୍‌ରୁ ୨୪ ପଏଣ୍ଟ ପାଇ ବ୍ଲାକ କ୍ୟାପ୍‌ ସହିତ ନ୍ୟୁଜିଲାଣ୍ଡ ମହିଳା ଟିମ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ସିଧାସଳଖ ଯୋଗ୍ୟତା ହାସଲ କରିଛି।

ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଆଇସିସି ମହିଳା ଚାମ୍ପିଅନସିପ୍‌ର ଶେଷ ମ୍ୟାଚ୍‌ ଆସନ୍ତା ୧୯ ତାରିଖରେ ଖେଳାଯିବ।

ଆଇସିସି ଚାମ୍ପିଅନସିପ୍‌ର ଶ୍ରେଷ୍ଟ ୪ଟି ଟିମ୍‌ ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟ ୪ଟି ଟିମ୍‌ଙ୍କୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଫେବୃଆରୀ ୭ରୁ ୧୦ଟି ଟିମ୍‌ଙ୍କୁ ନେଇ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଖେଳିବାକୁ ପଡିବ।

Related story