ଶ୍ରୀଲଙ୍କାଠାରୁ ହାରିବା ପରେ ଇଂଲଣ୍ଡ ପାଇଁ ବଢ଼ିଲା ସମସ୍ୟା

ଲଣ୍ଡନ: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଏହା ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ତେବେ ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶୁକ୍ରବାର ଶ୍ରୀଲଙ୍କା ଏହାର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କା ଟିମର ପ୍ରଦର୍ଶନ ଦେଖି ଲାଗିଲା ଯେ, ସେମାନେ ବିଶ୍ୱକପ୍ ଜିତି ନେଇଛନ୍ତି। ନୁୱନ୍ ପ୍ରଦୀପ ଇଂଲଣ୍ଡର ଶେଷ ବ୍ୟାଟ୍ସମ୍ୟାନ୍ ମାର୍କ ଉଡଙ୍କୁ ଆଉଟ୍ […]

morgan

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 04:58 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଏହା ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ତେବେ ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶୁକ୍ରବାର ଶ୍ରୀଲଙ୍କା ଏହାର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କା ଟିମର ପ୍ରଦର୍ଶନ ଦେଖି ଲାଗିଲା ଯେ, ସେମାନେ ବିଶ୍ୱକପ୍ ଜିତି ନେଇଛନ୍ତି।

ନୁୱନ୍ ପ୍ରଦୀପ ଇଂଲଣ୍ଡର ଶେଷ ବ୍ୟାଟ୍ସମ୍ୟାନ୍ ମାର୍କ ଉଡଙ୍କୁ ଆଉଟ୍ କରି ଶ୍ରୀଲଙ୍କାକୁ ଜିତାଇଥିଲେ। ତେବେ ବେନ୍ ଷ୍ଟୋକ୍ସ ଅପରାଜିତ ୮୨ ରନର ଇନିଂସ୍ ଖେଳି ଇଂଲଣ୍ଡ ପାଇଁ ଆଶା ଉଜ୍ଜୀବିତ ରଖିଥିଲେ। ୨୩୨ ରନକୁ ଡିଫେଣ୍ଡ କରିବା ସହଜ ନଥିଲା, କିନ୍ତୁ ଲସିଥ୍ ମାଲିଙ୍ଗା ୪୩ ରନ୍ ଦେଇ ୪ ୱିକେଟ୍ ନେବା ସହ ପାର୍ଟ ଟାଇମ୍ ସ୍ପିନର ଧନଞ୍ଜୟ ଡି'ସିଲଭା (୩/୨୩) ଓ ଇସୁରୁ ଉଦାନା (୨/୪୧) ଦମଦାର ବୋଲିଂ କରି ଇଂଲଣ୍ଡକୁ ୪୭ ଓଭରରେ ୨୧୨ ରନରେ ରୋକିଥିଲେ। ଏହି ବିଜୟ ପରେ ଏବେ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଉଜ୍ଜୀବିତ ହୋଇଛି।

ଅନ୍ୟପକ୍ଷରେ ଏହି ପରାଜୟ ପରେ ଇଂଲଣ୍ଡ ପାଇଁ ଏବେ ସମସ୍ୟା ବଢ଼ିଯାଇଛି। ଇଂଲଣ୍ଡ ବିଶ୍ୱର ଏକ ନମ୍ବର ଟିମ୍। ଏହି ଦିନିକିଆରେ ସର୍ବାଧିକ ସ୍କୋର ଦୁଇଥର ହାସଲ କରିଛି। ଟିମର ବ୍ୟାଟିଂ ତା'ର ମୁଖ୍ୟ ଶକ୍ତି। ତେବେ ଚଳିତ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାଠାରୁ ହାରିବା ପରେ ଇଂଲଣ୍ଡ ନିଜ ପାଇଁ ସମସ୍ୟା ଛିଡ଼ା କରିଛି।

ଇଂଲଣ୍ଡକୁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଦାବିଦାର କୁହାଯାଉଛି। କିନ୍ତୁ ଏବେ ଶ୍ରୀଲଙ୍କାଠାରୁ ହାରିବା ପରେ ଇଂଲଣ୍ଡର ଚାବି ତା' ନିଜ ହାତରେ ରହିଛି। ଇଂଲଣ୍ଡକୁ ଏବେ ତିନୋଟି ବଡ଼ ମୁକାବିଲା ଯଥା ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଖେଳିବାକୁ ଅଛି। ଏହି ତିନୋଟି ମଧ୍ୟରୁ ଦୁଇଟି ମ୍ୟାଚ୍ ଜିତିଲେ, ଇଂଲଣ୍ଡ ଅନ୍ତିମ-୪ରେ ପହଞ୍ଚିଯିବ ।

ତେବେ ଗୋଟିଏ ବିଜୟରେ ମଧ୍ୟ ସେମିଫାଇନାଲ୍ ସ୍ଥାନ ପକ୍କା ହୋଇପାରେ। ଯଦି ଇଂଲଣ୍ଡ ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିନଥାନ୍ତା, ତାହେଲେ ଟିମ୍ ପାଇଁ ଆଗାମୀ ଅଭିଯାନ ସହଜ ହୋଇଥାନ୍ତା। ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ଆୟୋଜକ ଟିମକୁ ହରାଇବାକୁ ପୂରା ପ୍ରୟାସ କରିବେ। ଯଦି ଇଂଲଣ୍ଡ ତିନୋଟି ଯାକ ମ୍ୟାଚ୍ ହାରିଯାଏ, ତାହେଲେ ସେମିଫାଇନାଲ୍ ଯିବା କଷ୍ଟକର ହୋଇପଡ଼ିବ।

Related story