ସ୍କୁଲରେ ନ୍ୟୁଜିଲ୍ୟାଣ୍ଡର ବିଶ୍ୱକପ୍ ଟିମ୍ ଘୋଷିତ

ୱେଲିଂଟନ୍: ୱେଲିଂଟନ୍: ଗୋଟିଏ ପଟେ ଆଇପିଏଲର ନିଶା କ୍ରିକେଟ ଫ୍ୟାନଙ୍କୁ ମତୁଆଲା କରିଥିବା ବେଳେ ଅନ୍ୟପଟେ ବିଶ୍ୱକପ୍ର ଯାଦୁ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ବିଶ୍ୱକପକୁ ଆଉ ୨ ମାସର ସମୟ ବାକି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ୍ ଭାବେ ଏହି କ୍ରିକେଟ୍ ମହାକୁମ୍ଭ ପାଇଁ ୧୫ଜଣିଆ ଦଳର ଘୋଷଣା କରିଛି । ତେବେ ଟିମର ଘୋଷଣା କୌଣସି ବଡ଼ ଷ୍ଟାଡିୟମରେ ହୋଇନାହିଁ ବରଂ କ୍ରାଏଷ୍ଟଚର୍ଚ୍ଚ ନିକଟସ୍ଥ ଏକ ସ୍କୁଲରେ କରାଯାଇଛି। […]

nz

Ranjit Kumar Jena
  • Published: Wednesday, 03 April 2019
  • , Updated: 03 April 2019, 09:01 PM IST

ୱେଲିଂଟନ୍: ୱେଲିଂଟନ୍: ଗୋଟିଏ ପଟେ ଆଇପିଏଲର ନିଶା କ୍ରିକେଟ ଫ୍ୟାନଙ୍କୁ ମତୁଆଲା କରିଥିବା ବେଳେ ଅନ୍ୟପଟେ ବିଶ୍ୱକପ୍ର ଯାଦୁ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ବିଶ୍ୱକପକୁ ଆଉ ୨ ମାସର ସମୟ ବାକି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ୍ ଭାବେ ଏହି କ୍ରିକେଟ୍ ମହାକୁମ୍ଭ ପାଇଁ ୧୫ଜଣିଆ ଦଳର ଘୋଷଣା କରିଛି ।

ତେବେ ଟିମର ଘୋଷଣା କୌଣସି ବଡ଼ ଷ୍ଟାଡିୟମରେ ହୋଇନାହିଁ ବରଂ କ୍ରାଏଷ୍ଟଚର୍ଚ୍ଚ ନିକଟସ୍ଥ ଏକ ସ୍କୁଲରେ କରାଯାଇଛି। ତାଇ ପାପୁ ନାମକ ଏହି ସ୍କୁଲରେ ହେନରୀ ନିକୋଲ୍ସ, ମ୍ୟାଟ୍ ହେନରୀ, ଟମ୍ ଲାଥମ ଓ ରସ ଟେଲର ଅଧ୍ୟୟନ କରୁଥିଲେ। ଆଇସିସି ଅନୁଯାୟୀ, ସ୍କୁଲର ଛାତ୍ରମାନେ ପାରମ୍ପରିକ ହାକା ଡ୍ୟାନ୍ସ ଦ୍ୱାରା ଏହି ଚାରି ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପ୍ରେସ କନଫରେନ୍ସ ଦ୍ୱାରା ଟିମର ଘୋଷଣା କରାଯାଇଥିଲା।

ଏହି ଟିମର ନେତୃତ୍ୱ ଭାର କେନ୍ ୱିଲିୟମସନଙ୍କୁ ଦିଆଯାଇଛି। ତେବେ ସବୁଠାରୁ ସରପ୍ରାଇଜ୍ କଥା ହେଉଛି ଟିମରେ ଅନକ୍ୟାପଡ ୱିକେଟକିପର ଟମ୍ ବ୍ଲଣ୍ଡେଲଙ୍କୁ ସାମିଲ କରାଯାଇଛି। ଯଦି ବ୍ଲଣ୍ଡେଲ ବିଶ୍ୱକପର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ସେ ନିୟମିତ ୱିକେଟକିପର ଟମ୍ ଲାଥମଙ୍କ ବ୍ୟାକଅପ୍ ଭାବେ ରହିବେ।

ଏହା ପୂର୍ବରୁ ଟିମ୍ ସିଫର୍ଟ ୱିକେଟକିପର ଭାବେ ଟିମରେ ସାମିଲ ଥିଲେ। କିନ୍ତୁ ଅଙ୍ଗୁଳିରେ ଆଘାତ କାରଣରୁ ସିଫର୍ଟ ଟିମରୁ ବାହାରେ ଅଛନ୍ତି। ଟିମର ବ୍ୟାଟିଂ ବିଭାଗ ବେଶ ମଜଭୁତ। ଓପ୍ନର ଭାବେ ମାର୍ଟିନ୍ ଗପ୍ଟିଲ ଓ ହେନରୀ ନିକୋଲ୍ସ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହା ପରେ ୱିଲିୟମସନ୍, କଲିନ୍ ମୁନରୋ, ଲାଥମ, ଭେଟେରାନ୍ ରସ ଟେଲର ମଧ୍ୟକ୍ରମ ସମ୍ଭାଳିବେ।

ୱିଲିୟମସନ୍ ଓ ଟେଲରଙ୍କ ପାଖରେ ୫୨୬ ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏହି ଦୁହିଁଙ୍କ ଯୋଡ଼ି ଦଳ ପାଇଁ ବିଶ୍ୱକପରେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରେ। ଟେଲର ସପ୍ତମ କିୱି ଖେଳାଳି ଭାବେ ଚତୁର୍ଥଥର ବିଶ୍ୱକପ୍ ଖେଳିବେ।

ଅଲରାଉଣ୍ଡର ଭୂମିକା ତୁଲାଇବେ କଲିନ୍ ଡି'ଗ୍ରାଣ୍ଡହୋମ୍ ଓ ଜେମ୍ସ ନିଶାମ। ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନ୍ ପେସ୍ ବ୍ୟାଟେରୀ ସମ୍ଭାଳିବେ। ସ୍ପିନର ଭୂମିକା ତୁଲାଇବେ ମିଚେଲ ସାଣ୍ଟନର ଓ ଇଶ ସୋଢୀ। ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ତା'ର ଅଭିଯାନ ଜୁନ୍ ୧ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିବ।

ନ୍ୟୁଜିଲ୍ୟାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି'ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥମ, କଲିନ୍ ମୁନରୋ, ଜେମ୍ସ ନିଶାମ, ହେନରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ ସୋଢୀ, ଟିମ୍ ସାଉଦି, ରସ ଟେଲର ।

Related story