ବର୍ମିଂହାମରେ ଭାରତକୁ ସମର୍ଥନ କଲେ ପାକ୍ ପ୍ରଶଂସକ

ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏଜବାଷ୍ଟନରେ କିଛି ଗ୍ରୀନ୍ ଜର୍ସି ପିନ୍ଧିଥିବା ପାକିସ୍ତାନୀ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଭାରତୀୟ ଟିମକୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି। […]

pak fan

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 05:46 PM IST

ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏଜବାଷ୍ଟନରେ କିଛି ଗ୍ରୀନ୍ ଜର୍ସି ପିନ୍ଧିଥିବା ପାକିସ୍ତାନୀ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଭାରତୀୟ ଟିମକୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି।

କିଛି ଦିନ ପୂର୍ବେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ନାସିର ହୁସେନ୍ ଏକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ପାକିସ୍ତାନୀ ପ୍ରଶଂସକଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ ଭାରତ ଓ ଇଂଲଣ୍ଡ ମ୍ୟାଚରେ କାହାକୁ ସମର୍ଥନ କରିବେ। ତେଣୁ ଆଜି ହୁସେନଙ୍କ ଏହି ଟ୍ୱିଟର ଜବାବ ବୋଧ ହୁଏ ମିଳିଯାଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ୮ଟି ମ୍ୟାଚ୍ ଖେଳି ୪ ବିଜୟ ଓ ୩ ପରାଜୟ ସହ ୯ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି।

ପାକିସ୍ତାନ ପାଇଁ ଏବେ ଭାରତ ଓ ଇଂଲଣ୍ଡ ମ୍ୟାଚ୍ ବହୁତ ମହତ୍ତ୍ୱପୂର୍ଣ୍ଣ। କାରଣ ଯଦି ଭାରତ ଏହି ମ୍ୟାଚରେ ବିଜୟୀ ହୁଏ, ତାହେଲେ ଇଂଲଣ୍ଡ ବିଶ୍ୱକପ୍ ଅଭିଯାନ ପ୍ରାୟତଃ ଶେଷ ହୋଇଯିବ। ଯଦି ଭାରତ ହାରେ, ତାହେଲେ ପାକିସ୍ତାନର ସେମିଫାଇନାଲ୍ ଆଶା କ୍ଷୀଣ ହେବ। ତେଣୁ ପାକିସ୍ତାନୀ ପ୍ରଶଂସକ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ବିଜୟ ଚାହାନ୍ତି।

Related story