ରୋହିତଙ୍କ ଟାର୍ଗେଟରେ ସଚିନଙ୍କ ଏହି ଦୁଇଟି ବିଶ୍ୱ ରେକର୍ଡ

ମ୍ୟାଞ୍ଚେଷ୍ଟର୍: ଚମତ୍କାର ଫର୍ମରେ ଥିବା ଭାରତୀୟ ଟିମର ଉପଅଧିନାୟକ ରୋହିତ୍ ଶର୍ମା ସେମିଫାଇନାଲରେ ବଡ଼ ରେକର୍ଡ କରିପାରନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫ ଶତକ ମାରିସାରିଥିବା ରୋହିତ୍ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡଠାରୁ କେବଳ ୨୭ ରନ୍ ଦୂରରେ ଅଛନ୍ତି। ରୋହିତ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଏଥିରୁ ଲାଗୁଛି ଯେ ସେ ସବୁ ବଡ଼ ରେକର୍ଡ ଭାଙ୍ଗି ଦେବେ। ସଚିନଙ୍କ ନାମରେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନର ରେକର୍ଡ ରହିଛି। ସେ ୨୦୦୩ […]

rohit

Hemant Lenka
  • Published: Monday, 08 July 2019
  • , Updated: 08 July 2019, 05:52 PM IST

ମ୍ୟାଞ୍ଚେଷ୍ଟର୍: ଚମତ୍କାର ଫର୍ମରେ ଥିବା ଭାରତୀୟ ଟିମର ଉପଅଧିନାୟକ ରୋହିତ୍ ଶର୍ମା ସେମିଫାଇନାଲରେ ବଡ଼ ରେକର୍ଡ କରିପାରନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫ ଶତକ ମାରିସାରିଥିବା ରୋହିତ୍ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡଠାରୁ କେବଳ ୨୭ ରନ୍ ଦୂରରେ ଅଛନ୍ତି। ରୋହିତ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଏଥିରୁ ଲାଗୁଛି ଯେ ସେ ସବୁ ବଡ଼ ରେକର୍ଡ ଭାଙ୍ଗି ଦେବେ।

ସଚିନଙ୍କ ନାମରେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନର ରେକର୍ଡ ରହିଛି। ସେ ୨୦୦୩ ବିଶ୍ୱକପରେ ୧୧ ମ୍ୟାଚରେ ମୋଟ ୬୭୩ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ୍ ଥିଲା। ରୋହିତ୍ ଏପର୍ଯ୍ୟନ୍ତ ୮ ମ୍ୟାଚ୍ ଖେଳି ୬୪୭ ରନ୍ କରିଛନ୍ତି, ଯେଉଁଥିରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅଛି। ଯଦି ରୋହିତ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ୨୭ ରନ୍ କରି ନିଅନ୍ତି, ତାହେଲେ ସେ ଏହି ବିଶ୍ୱ ରେକର୍ଡ ଭାଙ୍ଗି ଦେବେ।

ରୋହିତଙ୍କ ଟାର୍ଗେଟରେ ଆଉ ଏକ ବିଶ୍ୱ ରେକର୍ଡ ମଧ୍ୟ ରହିବ। ଯଦି ସେ ସେମିଫାଇନାଲ୍ ମୁକାବିଲାରେ ୫୩ ରନ୍ କରନ୍ତି, ତାହେଲେ ବିଶ୍ୱକପର ଗୋଟିଏ ସଂସ୍କରଣରେ ୭୦୦ ରନ୍ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ । ତେବେ ରୋହିତ୍ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ମାରିବାର ବିଶ୍ୱ ରେକର୍ଡ କରିସାରିଛନ୍ତି।

ହିଟମ୍ୟାନ୍ ନାମରେ ପରିଚିତ ରୋହିତ୍ ଯଦି ସେମିରେ ଶତକ ମାରନ୍ତି, ତାହେଲେ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିବେ। ରୋହିତ୍ ବର୍ତ୍ତମାନ ବିଶ୍ୱକପରେ ସର୍ବାଧିକ ଶତକ ମାରିବାରେ ସଚିନଙ୍କ ସମକକ୍ଷ ଅଛନ୍ତି। ସଚିନ ବିଶ୍ୱକପରେ ୬ ଶତକ ମାରିଛନ୍ତି। ରୋହିତ୍ ଶ୍ରୀଲଙ୍କା ବିପକ୍ଷ ରାଉଣ୍ଡ ରବିନ୍ ମ୍ୟାଚରେ ଶତକ ମାରି ସଚିନଙ୍କ ଏହି ରେକର୍ଡ ସହ ବରାବର କରିଛନ୍ତି।

Related story