ଟିମ୍ ଇଣ୍ଡିଆର ନୂଆ ଅରେଞ୍ଜ୍ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଆଇସିସି ବିଶ୍ୱକପରେ ଅରେଞ୍ଜ୍ ଜର୍ସି ଉପରୁ ପର୍ଦ୍ଦା ହଟିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ଖେଳିବ। ଏ ନେଇ ନାଇକି ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଜୁନ୍ ୩୦ ତାରିଖରେ ବର୍ମିଂହାମରେ ପ୍ରଥମଥର ତା’ର ନୂଆ ଜର୍ସି ପିନ୍ଧିବ। ଚଳିତ ବର୍ଷ ଦିନିକିଆ ଏବଂ ଆୱେ କିଟର ଯେଉଁ […]

jersy

Hemant Lenka
  • Published: Friday, 28 June 2019
  • , Updated: 28 June 2019, 08:39 PM IST

ନୂଆଦିଲ୍ଲୀ: ଭାରତର ଆଇସିସି ବିଶ୍ୱକପରେ ଅରେଞ୍ଜ୍ ଜର୍ସି ଉପରୁ ପର୍ଦ୍ଦା ହଟିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ଖେଳିବ।

ଏ ନେଇ ନାଇକି ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଜୁନ୍ ୩୦ ତାରିଖରେ ବର୍ମିଂହାମରେ ପ୍ରଥମଥର ତା'ର ନୂଆ ଜର୍ସି ପିନ୍ଧିବ। ଚଳିତ ବର୍ଷ ଦିନିକିଆ ଏବଂ ଆୱେ କିଟର ଯେଉଁ ଡିଜାଇନ୍ ଲଞ୍ଚ୍ କରାଯାଇଛି, ତାହା ଭାରତର ଯୁବ ପିଢ଼ି ଓ ଜାତୀୟ ଟିମକୁ ନିର୍ଭୀକ ଭାବନାର ସହ ଖେଳିବାକୁ ପ୍ରେରଣା ଯୋଗାଇବ। ନୂଆ ଜର୍ସିର ସାମ୍ନା ପଟକୁ ଛାଡ଼ି ଦେଲେ ବାକି ସମ୍ପୂର୍ଣ୍ଣ ଭାବେ ଅରେଞ୍ଜ ରଙ୍ଗର ଅଛି।

ନାଇକି ପକ୍ଷରୁ ଆହୁରି କୁହାଯାଇଛି ଯେ, ଆୱେ କିଟ୍ ଖେଳ ଓ ଖେଳାଳିଙ୍କ ଆଧୁନିକ ଆବଶ୍ୟକତା ଏବଂ ଗତିଶୀଳ ଚାଲିଚଳନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି କିଟ୍ ଝାଳବୁହା ସ୍ଥାନକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି, ଯଦ୍ଦ୍ୱାର ମଇଦାନରେ ଖେଳାଳିମାନେ ଆଶ୍ୱସ୍ତ ଅନୁଭୂତ କରିପାରିବେ। ଏଥିସହ କିଟରେ କିଛି ପରିବର୍ତ୍ତନ କରାଯାଇଛି, ଯାହା ବହୁତ ହାଲକା, ଆରାମଦାୟକ ଓ ଖେଳାଳିଙ୍କୁ ସ୍ଫୂର୍ତ୍ତି ରଖିବାରେ ସହାୟକ ହେବ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆର ନୂଆ ଜର୍ସିର ରଙ୍ଗ ଅରେଞ୍ଜ ହେବା ନେଇ ଅନେକ ବିବାଦ ହୋଇଥିଲା। ଭାରତରେ କିଛି ରାଜନୀତିକ ଦଳ ଏହି ମାମଲାରେ ବିସିସିଆଇକୁ ଘେରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବିସିସିଆଇ ଏହି ରଙ୍ଗ କେନ୍ଦ୍ର ସରକାରଙ୍କୁ ଖୁସି କରିବା ପାଇଁ ବାଛିଛି। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି ଅଭିଯୋଗ ଉପରେ କହିଛି, କଲର୍ (ରଙ୍ଗ) କମ୍ବିନେଶନ୍ ଆମ ତରଫରୁ ବିସିସିଆଇକୁ ପଠାଯାଇଥିଲା। ଭାରତୀୟ ବୋର୍ଡ ମଧ୍ୟ ଏହି ରଙ୍ଗକୁ ପସନ୍ଦ କରିଥିଲା। ଆଇସିସି ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଯେହେତୁ ଇଂଲଣ୍ଡ ନୀଳ ଜର୍ସି ପରିଧାନ କରୁଛି, ସେହି କାରଣରୁ ଆମେ ଭାରତର ଜର୍ସି ବଦଳାଇବାକୁ ବିଚାର କରିଥିଲୁ। ନୂଆ ଡିଜାଇନ୍ ଭାରତର ପୁରୁଣା ଟି-୨୦ ଜର୍ସିରୁ ନିଆଯାଇଛି, ଯେଉଁଥିରେ ଅରେଞ୍ଜ୍ ରଙ୍ଗ ଅଛି।

Related story