ପୂର୍ବରୁ ୧୧ଥର ଖେଳାଯାଇଛି ବିଶ୍ୱକପ: ଜାଣନ୍ତୁ କାହା ନେତୃତ୍ୱରେ ଓ କେତେଥର ଭାରତ କରିଛି କବ୍‌ଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳ ପାଖରେ ବିଶ୍ୱକପ ଜିତିବାର ସୁଯୋଗ। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ ଆଜି ଅଷ୍ଟ୍ରେଲିଆ ସହ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଫାଇନାଲରେ ପହଞ୍ଚିଥିବା ଏହି ଦୁଇଟି ଟିମ୍‌ ପୂର୍ବରୁ ତିନି ତିନି ଥର ଟାଇଟଲ ହାତେଇ ସାରିଛନ୍ତି। ଏବଂ ଆଜି ଖେଳାଯାଉଥିବା ଫାଇନାଲରେ ଯେଉଁ ଟିମ୍‌ ଜିତିବ ସେ ରେକର୍ଡ କରିବ। ଅଷ୍ଟ୍ରେଲିଆ ନିଜର ପ୍ରଥମ ଅଣ୍ଡର-୧୯ ବିଶ୍ୱକପ ୧୯୮୮ରେ ଜିତିଥିଲା। ୧୯ ବର୍ଷରୁ କମ ଫର୍ମାଟରେ ଏହା […]

Virat-Kohli-1

Ordigital Desk
  • Published: Saturday, 03 February 2018
  • , Updated: 03 February 2018, 10:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳ ପାଖରେ ବିଶ୍ୱକପ ଜିତିବାର ସୁଯୋଗ। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ ଆଜି ଅଷ୍ଟ୍ରେଲିଆ ସହ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଫାଇନାଲରେ ପହଞ୍ଚିଥିବା ଏହି ଦୁଇଟି ଟିମ୍‌ ପୂର୍ବରୁ ତିନି ତିନି ଥର ଟାଇଟଲ ହାତେଇ ସାରିଛନ୍ତି। ଏବଂ ଆଜି ଖେଳାଯାଉଥିବା ଫାଇନାଲରେ ଯେଉଁ ଟିମ୍‌ ଜିତିବ ସେ ରେକର୍ଡ କରିବ। ଅଷ୍ଟ୍ରେଲିଆ ନିଜର ପ୍ରଥମ ଅଣ୍ଡର-୧୯ ବିଶ୍ୱକପ ୧୯୮୮ରେ ଜିତିଥିଲା। ୧୯ ବର୍ଷରୁ କମ ଫର୍ମାଟରେ ଏହା ଥିଲା ପ୍ରଥମ ବିଶ୍ୱକପ।

ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଏହା ୧୨ତମ ବିଶ୍ୱକପ। ୨୦୧୬ରେ ଖେଳାଯାଇଥିବା ୧୧ତମ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ମଧ୍ୟ ଭାରତ ଖେଳିଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଠାରୁ ଭାରତ ପରାସ୍ତ ହୋଇ ରନର୍ସପ ହୋଇଥିଲା।

୧୯ ବର୍ଷରୁ କମ ଫର୍ମାଟରେ ଭାରତ ତାର ପ୍ରଥମ ବିଶ୍ୱକପ ଜିତିଥିଲା ୨୦୦୦ ମସିହାରେ। ଏହି ଟିମ୍‌ରେ ବର୍ତ୍ତମାନର ବିସ୍ଫୋରକ ଖେଳାଳି ଯୁବାରଜ ସିଂ ସାମିଲ ଥିଲେ। ଟିମ୍‌ର ଅଧିନାୟକ ଥିଲେ ମହମଦ୍ କୈଫ୍‌। ଶ୍ରୀଲଙ୍କାକୁ ହରାଇ ଭାରତ ପ୍ରଥମ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା। ଏହି ବିଶ୍ୱକପରେ ଯୁବରାଜ ମ୍ୟାନ୍ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ଏହାପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା।

ଏହା ପରେ ୨୦୦୮ରେ ଦ୍ୱିତୀୟ ବିଶ୍ୱକପ ଜିତିଥିଲା ଭାରତ। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ଥିବା ବିରାଟ କୋହଲି ସେତେବେଳେ ଅଣ୍ଡର-୧୯ ଟିମ୍‌ର ନେତୃତ୍ୱ ନେଉଥିଲେ। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ୍‌ ହାତେଇଥିଲା ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା।

 ତୃତୀୟ ଥର ପାଇଁ ୨୦୧୨ ମସିହାରେ ବିଶ୍ୱକପ ଟାଇଟଲ କବ୍‌ଜା କରିଥିଲା ଭାରତ। ସେତେବେଳେ ଟିମ୍‌ର ଅଧିନାୟକ ଥିଲେ ଉନ୍‌ମୁକ୍ତ ଚାନ୍ଦ। ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ୍‌ ତୃତୀୟ ଥର ପାଇଁ ଟାଇଟଲ୍‌ କଜ୍‌ଜା କରିଥିଲା। ହେଲେ ଉନ୍‌ମୁକ୍ତ, ଯୁବରାଜ ଓ ବିରାଟଙ୍କ ପରି ନିଜର କରିସ୍ମା ଦେଖାଇପାରିନାହାଁନ୍ତି।

Related story