ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ

ଭୁବନେଶ୍ୱର: ଭୁବନେଶ୍ୱରର  କିଟ୍‌ରେ  ଶେଷ ହୋଇଥିବା ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ବାଳିକା ବର୍ଗରେ  ପି.ଭି ନନ୍ଦିଧାଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ବାଳକ ବର୍ଗରେ ସୁନୀଲ ଦତ୍ତ ନାରାୟଣନଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ବାଳକ ବର୍ଗରେ  ଆମେରିକାରେ  ଜିୟଙ୍ଗ ଜାଫେରୀ ଏବଂ ବାଳିକା ବର୍ଗରେ  କାଜକସ୍ତାନର ଦିନାରା ସାଦୁକୋସାଭା ଚାମ୍ପିଅନ୍ ହୋଇଛନ୍ତି। ରାଜ୍ୟପାଳ ଏସି.ସି ଜମିର ମୁଖ୍ୟ ଅତିଥିଭାବେ ଯୋଗ ଦେଇ  ବିଜେତାମାନଙ୍କୁ ଟ୍ରଫି […]

world-junior-chess-championship

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 09:35 AM IST

ଭୁବନେଶ୍ୱର: ଭୁବନେଶ୍ୱରର  କିଟ୍‌ରେ  ଶେଷ ହୋଇଥିବା ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ବାଳିକା ବର୍ଗରେ  ପି.ଭି ନନ୍ଦିଧାଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ବାଳକ ବର୍ଗରେ ସୁନୀଲ ଦତ୍ତ ନାରାୟଣନଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ବାଳକ ବର୍ଗରେ  ଆମେରିକାରେ  ଜିୟଙ୍ଗ ଜାଫେରୀ ଏବଂ ବାଳିକା ବର୍ଗରେ  କାଜକସ୍ତାନର ଦିନାରା ସାଦୁକୋସାଭା ଚାମ୍ପିଅନ୍ ହୋଇଛନ୍ତି। ରାଜ୍ୟପାଳ ଏସି.ସି ଜମିର ମୁଖ୍ୟ ଅତିଥିଭାବେ ଯୋଗ ଦେଇ  ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ଏହି ଚାମ୍ପିଅନ୍‌ସିପ୍‌ରେ ୫୪ଟି ଦେଶରୁ ୧୪୫ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଓଡ଼ିଶା ଚେସ୍‌ ଆସୋସିଏସନ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିଲା।

Related story